ଡ୍ରାଗନ୍‌ର ନୂଆ ଯୋଜନା: ନେପାଳ ସ୍କୁଲରେ ଚାଇନା ଭାଷା ବାଧ୍ୟତାମୂଳକ

କାଠମାଣ୍ଡୁ,୧୫।୬: ନେପାଳରେ ନିଜର ପତିଆରା ବୃଦ୍ଧି ପାଇଁ ଚାଇନା ନୂଆ ଯୋଜନା କରିଛି। ଏହି ଯୋଜନା ଅନ୍ତର୍ଗତ ନେପାଳ ସ୍କୁଲରେ ଚାଇନା ଭାଷାକୁ ବାଧ୍ୟତାମୂଳକ କରାଯାଇଛି। ଚାଇନା ଭାଷା ପଠାଉଥିବା ଶିକ୍ଷକଙ୍କୁ ଚାଇନା ସରକାରଙ୍କ ପକ୍ଷରୁ ଅଧିକ ଦରମା ଦିଆଯିବାର ବ୍ୟବସ୍ଥା ମଧ୍ୟ ହୋଇଛି। ୧୦ଟିରୁ ଅଧିକ ଘରୋଇ ସ୍କୁଲରେ ଚାଇନାର ମାନ୍ଦାରିନ୍‌ ଭାଷା ପଢ଼ାଯାଉଥିବା କୁହାଯାଇଛି। ଏବେ ଦେଶର ଅନ୍ୟ କେତେକ ସ୍କୁଲରେ ମାନ୍ଦାରିନ୍‌ ଭାଷାକୁ ବାଧ୍ୟତାମୂଳକ କରାଯିବାର ଯୋଜନା କରାଯାଉଛି। ତେବେ ବିଦେଶୀ ଭାଷା ସ୍କୁଲରେ ପଢ଼ାଯାଉ ମାତ୍ର ଏହାକୁ ବାଧ୍ୟତାମୂଳକ ନ କରିବାକୁ କିଛି ଅଭିଭାବକ ଅଭିଯୋଗ କରିଛନ୍ତି। ଏନେଇ ନେପାଳର ଚାଇନା ଦୂତାବାସ ମୁଖପାତ୍ର ଜି ଗୁଆନ୍‌ଗିଲି ଖୁବ୍‌ ଶୀଘ୍ର ନିଜର ମତଦେବେ ବୋଲି କୁହାଯାଉଛି।

Share