Posted inଖେଳ

ଡୋପିଂ ଅପବାଦ

ଡୋପିଂ କ୍ରୀଡ଼ା ପାଇଁ କ୍ୟାନସର ସଦୃଶ ହୋଇଛି। ବିଭିନ୍ନ ଇଭେଣ୍ଟରେ ନିଜର ଶ୍ରେଷ୍ଠତା ପ୍ରତିପାଦନ ପାଇଁ କ୍ରୀଡ଼ାବିତ୍‌ମାନେ ଶକ୍ତିବର୍ଦ୍ଧକ ଔଷଧ ସେବନ କରି ଏଭଳି କଳଙ୍କକୁ ଆଗକୁ ନେଉଛନ୍ତି। ଏଭଳି ଅସତ୍‌ ଉପାୟକୁ ରୋକିବା ପାଇଁ ଆଇଏଏଏଫ୍‌, ଆଇଓସି, ୱାଡା, ନାଡ଼ା ଏବଂ କାସ୍‌ ମିଳିତ ଭାବେ ଉଦ୍ୟମ କରୁଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନାହିଁ।

ଡ଼ାରେ ଅସାଧୁ ଉପାୟର ସ୍ଥାନ ନାହିଁ। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ସମଗ୍ର ବିଶ୍ୱର ବିଭିନ୍ନ ଦେଶର ଖେଳାଳି ବେଳେବେଳେ ଅସାଧୁ ଉପାୟ ଅବଲମ୍ବନ କରିବାର ଦେଖାଯାଉଛି, ଯାହାକି କ୍ରୀଡ଼ାଜଗତ ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବା ସହିତ ନିଜ ଦେଶର ଗରିମାକୁ କଳଙ୍କିତ କରୁଛି। ଅନେକ ପ୍ରତିଭାବାନ୍‌ ଯୁବ ଖେଳାଳି ବିଭିନ୍ନ ଇଭେଣ୍ଟରେ ନିଜର ଶ୍ରେଷ୍ଠତା ପ୍ରତିପାଦନ ପାଇଁ ସୁଯୋଗ ପାଇପାରୁନାହାନ୍ତି। ସେମାନଙ୍କ ଖେଳାଳି କ୍ୟାରିୟରର ଅନ୍ତଃ ଘଟିବା ସହିତ ଅସତ୍‌ ଉପାୟ ଅବଲମ୍ବନ କରିଥିବା ଖେଳାଳି ସୁଯୋଗ ନେଇ ପରବର୍ତ୍ତୀ ଅବସ୍ଥାରେ ଡୋପିଂ ଟେଷ୍ଟରେ ଧରାପଡିବା କିଛି ନୂଆ କଥା ନୁହେଁ।
ଆଗକୁ ରହିଛି ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଟୋକିଓ ୨୦୨୦ ଅଲିମ୍ପିକ୍ସ। ଏଥିରେ ଭାଗନେବା ସମସ୍ତ ଖେଳାଳିଙ୍କ ଲକ୍ଷ୍ୟ ଏବଂ ସ୍ବପ୍ନ ମଧ୍ୟ। ବର୍ତ୍ତମାନ ବିଶ୍ୱର ସମସ୍ତ ଦେଶର ଖେଳାଳି ସେମାନଙ୍କ କ୍ୱାଲିଫାୟର ରାଉଣ୍ଡ ପାଇଁ ଶ୍ରେଷ୍ଠ ଖେଳାଳିମାନଙ୍କୁ ନେଇ ପ୍ରତିଯୋଗିତାମାନ ଆୟୋଜନ କରୁଛନ୍ତି। ଯଦିଓ ଖେଳାଳି ଚୟନରେ ଇଣ୍ଟରନ୍ୟାଶନାଲ ଅଲିମ୍ପିକ୍ସ କମିଟି (ଆଇଓସି) ହସ୍ତକ୍ଷେପ କରେନାହିଁ ମାତ୍ର ସଂପୃକ୍ତ ଦେଶର ଖେଳାଳିମାନଙ୍କ ଉପରେ କଡ଼ା ନଜର ରଖିଥାଏ। ଆମ ଦେଶରେ ପ୍ରତ୍ୟେକ ଖେଳ ପାଇଁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ବା ଜାତୀୟ ନିଶା ନିବାରଣ ସଂସ୍ଥା ବିଭିନ୍ନ କ୍ରୀଡ଼ାରେ ଖେଳାଳିଙ୍କ ଉପରେ ସତର୍କ ଦୃଷ୍ଟି ରଖିଥାଏ। ଏପରି କି ଦଳଗତ ଖେଳ କ୍ରିକେଟ୍‌ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। କ୍ରିକେଟରେ ଏହାର ସଦ୍ୟତମ ଶିକାର ହୋଇଛନ୍ତି ଯୁବ କ୍ରିକେଟ ଖେଳାଳି ପୃଥି ଶ’। ୨୦୧୯ ଫେବୃୟାରୀରେ ଇନ୍ଦୋରଠାରେ ବିସିସିଆଇର ଆଣ୍ଟି ଡୋପିଂ ଟେଷ୍ଟ ସମୟରେ ପୃଥି ଶ’ଙ୍କ ରକ୍ତ ନମୁନାରୁ ଟରବୁଟାଲାଇନ୍‌ ନାମକ ନିଷିଦ୍ଧ ରାସାୟନିକ ପଦାର୍ଥ, ଯାହାକି କଫ୍‌ ସିରପ୍‌ଗୁଡିକରେ ବ୍ୟବହାର ହୋଇଥାଏ ତାହା ଅତିରିକ୍ତ ମାତ୍ରାରେ ଜଣାପଡିବା ପରେ ତାଙ୍କୁ ୮ ମାସ ପାଇଁ କ୍ରିକେଟରୁ ବାସନ୍ଦ କରାଯାଇଛି। ଅନ୍ୟତମ ଖେଳାଳି ୟୁସୁଫ୍‌ ପଠାନ ମଧ୍ୟ ଭାରତର ଘରୋଇ ପ୍ରତିଯୋଗିତା ରଣ୍‌ଜୀ ଟ୍ରଫିରେ ୨୦୧୭ ମସିହାରେ ଦିଲ୍ଲୀଠାରେ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୫ ମାସ ପର୍ଯ୍ୟନ୍ତ ବ୍ୟାନ୍‌ ହୋଇଥିଲେ।
ଅନ୍ୟ ଆଥ୍‌ଲେଟମାନଙ୍କ ମଧ୍ୟରେ ଓ୍ବେଟ୍‌ ଲିଫ୍ଟିଙ୍ଗ୍‌ରେ ସାନାମାଚା ଚାନୁ ଭାରତର ଷ୍ଟାର ଭାରୋତ୍ତୋଳନକାରୀ ଦ୍ୱିତୀୟ ଥର ପାଇଁ ଡୋପିଂ ଟେଷ୍ଟରେ ବିଫଳ ହୋଇ ୨୦୦୪ ଏଥେନ୍‌ସ ଅଲିମ୍ପିକ୍ସ ପୂର୍ବରୁ ବ୍ୟାନ୍‌ ହୋଇଥିଲେ। ୨୦୦୮ ମସିହାରେ ମୋନିକା ଦେବୀ ମଧ୍ୟ ୨୦୦୮ ମସିହା ବେଜିଂ ଅଲିମ୍ପିକ୍ସ ପୂର୍ବ ଡୋପିଂ ଟେଷ୍ଟରେ ବିଫଳ ହୋଇ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ଅବସ୍ଥାରେ ନରସିଂହ ଯାଦବ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାର ଏକ ଦିନ ପୂର୍ବରୁ ଏହି ଫ୍ରିଷ୍ଟାଇଲ ରେସ୍‌ଲର ଡୋପିଂ ଟେଷ୍ଟରେ ବିଫଳ ହୋଇ ବ୍ୟାନ୍‌ ହେବା ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଚକିତ କରିଥିଲା। ସେହିପରି ଆଥ୍‌ଲେଟିକ୍ସ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) କେରଳର ଷ୍ଟାର ଆଥଲେଟ ଟ୍ରିପଲ ଜମ୍ପର ରଣଜିତ ମାହେଶ୍ୱରୀଙ୍କୁ ୨୦୦୮ ମସିହାରେ ୩ ମାସ ପାଇଁ ବ୍ୟାନ୍‌ କରିବା ଚର୍ଚ୍ଚାର ବିଷୟ ଥିଲା। ଡିସ୍‌କସ୍‌ ଥ୍ରୋ ପାଇଁ ଜଣାଶୁଣା ସୀମା ପୁନିଆ ୨୦୦୦ ମସିହାରେ ଦୁଇ ଦୁଇଥର ପଜିଟିଭ୍‌ ପାଇବା ପରେ ତାଙ୍କୁ ବହୁମୂଲ୍ୟ ଦେବାକୁ ହୋଇଥିଲା। ଏପରି କି ସେ ହାସଲ କରିଥିବା ଗୋଲ୍ଡ ମେଡାଲ ମଧ୍ୟ ତାଙ୍କୁ ଫେରାଇବାକୁ ହୋଇଥିଲା। କୌଣସି ଅନ୍ତର୍ଜାତୀୟ ଇଭେଣ୍ଟଗୁଡ଼ିକ ପାଇଁ ୱାଡା (ୱାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍‌ସିଜ୍‌) ମଧ୍ୟ କାର୍ଯ୍ୟ କରୁଛି। ଏହା ୧୯୯୯ ମସିହାଠାରୁ କାର୍ଯ୍ୟ କରିଆସୁଛି। ଆଣ୍ଟି ଡୋପିଂ କୋଡ୍‌ ମାଧ୍ୟମରେ ବ୍ଲଡ ଏବଂ ୟୁରିନ୍‌ ଟେଷ୍ଟରେ କୌଣସି ଆଥଲେଟ୍‌ ଫେଲ୍‌ ହେଲେ କିମ୍ବା ସେମାନଙ୍କର ବ୍ଲଡ କିମ୍ବା ୟୁରିନ୍‌ରେ ମାତ୍ରାଧିକ ନିଷିଧ (ରାସାୟନିକ ପଦାର୍ଥ)ର କଣିକା ମିଳିଲେ ସେମାନଙ୍କୁ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରୁ ବାଦ୍‌ ଦିଆଯାଇଥାଏ।
ଓଡ଼ିଆ ଭାରୋତ୍ତୋଳନକାରୀ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା କେ. ରବି କୁମାରଙ୍କୁ ମଧ୍ୟ ନାଡା ପକ୍ଷରୁ ୪ ବର୍ଷ ବାସନ୍ଦ କରାଯାଇଛି। ଫଳରେ ରବିଙ୍କ ୨୦୨୦ ଟୋକିଓ ଅଲିମ୍ପିକ୍ସ ସ୍ବପ୍ନ ଧୂଳିସାତ୍‌ ହୋଇଛି। ଅଜାଣତରେ ହୋଇଥିବା ତାଙ୍କର ଏହି ଭୁଲକୁ ସ୍ବୀକାର କରିଥିଲେ ମଧ୍ୟ ନାଡା ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ୟୁରିନ୍‌ ଟେଷ୍ଟରେ ’ସେରମନ୍‌’ ନାମକ ନିଷିଦ୍ଧ ଔଷଧ ମିଳିବା ଦ୍ୱାରା ସେ ନମୁନା ଟେଷ୍ଟ ନ ଦେଇ ଅନୁଷ୍ଠିତ କ୍ୟାମ୍ପ୍‌ରୁ ଚାଲିଆସିଥିଲେ। ଶକ୍ତିବର୍ଦ୍ଧକ ରୂପେ ସେରମ୍‌ ବ୍ୟବହାର କରୁଥିବା ସେ ସ୍ବୀକାର କରୁଥିଲେ ମଧ୍ୟ ଗତ ବର୍ଷଠାରୁ ନାଡା ପକ୍ଷରୁ ଏହାକୁ ନିଷିଦ୍ଧ ଘୋଷଣା କରାଯାଇଛି।
ଅଧିକାଂଶ ଅନ୍ତର୍ଜାତୀୟ ଖେଳାଳି ମଧ୍ୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଡୋପିଂ
ଟେଷ୍ଟରେ ବିଫଳ ହୋଇଥିବାର ପ୍ରମାଣ ମିଳିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ସେନ୍‌ ଓ୍ବର୍ନ, ସୋଏବ୍‌ ଅଖତର, ବେନ୍‌ ଜନସନ୍‌, ଲାନ୍ସ ଆର୍ମଷ୍ଟ୍ରଙ୍ଗ, ଡିଏଗୋ ମାରାଡୋନା, ମାରିଅନ ଜୋନ୍‌ସ, ଟିମ୍‌ ମଣ୍ଟେଗାସେଲି। ୨୦୧୮ ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା ୭୭ଜଣ ରୁଷିଆ ଆଥ୍‌ଲେଟ୍‌ ଡୋପିଂ ଟେଷ୍ଟରେ ବିଫଳ ହୋଇ ୪୩ଟି ଅଲିମ୍ପିକ୍ସ ପଦକ ହରାଇବା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିପାଇଁ ସୁଇଜରଲାଣ୍ଡର କାସ୍‌ (କୋର୍ଟ ଅଫ୍‌ ଆର୍ବିଟ୍ରେଶନ୍‌ ଫର ସ୍ପୋର୍ଟସ୍‌)ରେ ମଧ୍ୟ ମାମଲା ବିଚାରାଧୀନ ରହିଛି। ୱାଡା ଏଥିରେ ମଧ୍ୟ ହସ୍ତକ୍ଷେପ କରି ରୁଷିଆର ଆଥଲେଟ୍‌ମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଆଗକୁ ଡୋପିଂ ଟେଷ୍ଟରେ ଅନେକ ଖେଳାଳି ବାସନ୍ଦ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର ଏହା କେତେଦୂର ସମ୍ଭବ ହେଉଛି ତାହା କହିବା କଷ୍ଟକର। ଏଥିପାଇଁ ଆଇଏଏଏଫ୍‌, ଆଇଓସି, ୱାଡା ଏବଂ କାସ୍‌ର ମିଳିତ ଉଦ୍ୟମର ଆବଶ୍ୟକତା ରହିଛି। ମାତ୍ର ଏପରି ନିନ୍ଦିତ କାର୍ଯ୍ୟରୁ ଆଥ୍‌ଲେଟ୍‌ମାନେ ଦୂରେଇ ରହିବା ନିହାତି ଆବଶ୍ୟକ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri