ଡୋକଲାମ ବିବାଦ କଥାବାର୍ତ୍ତା ଦ୍ୱାରା ସମାଧାନ ସମ୍ଭବ: ଲୋଟେ ଶେରିଙ୍ଗ୍‌

ନୂଆଦିଲ୍ଲୀ, ୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଭୂଟାନ ଗସ୍ତରେ ଯାଇ ଭାରତ ଫେରିବା ପରେ ଭୂଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ଡୋକଲାମ ବିବାଦକୁ ନେଇ ବଡ ବୟାନ ଦେଇଛନ୍ତି। ଏଥର ମୋଦିଙ୍କ ସହ ସାକ୍ଷାତବେଳେ ଡୋକଲାମକୁ ନେଇ କୌଣସି ଆଲୋଚନା ହୋଇନାହଁି। ଏବେ ଏହି ବିବାଦ ସାମାନ୍ୟ ରହିଛି। ଭାରତ, ଭୂଟାନ ଏବଂ ଚୀନ୍‌ ସକାରାତ୍ମକ କଥାବାର୍ତ୍ତା ଏହି ବିବାଦର ସମାଧାନ ହୋଇପାରିବ ବୋଲି ଶେରିଙ୍ଗ୍‌ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ମୋଦିଙ୍କ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ୧୦ଟି ବୁଝାମଣା ପତ୍ର ସ୍ବାକ୍ଷର କରାଯାଇଛି।

Share