ଡେଲିଭରି ବୟ ‘ସୋନୁ’ ପାଲଟିଲେ ଇଣ୍ଟରନେଟ୍‌ ସେନ୍‌ସେଶନ

ନୂଆଦିଲ୍ଲୀ,୨୯।୨: ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋର ଜଣେ ରାଇଡର ସୋନୁ ଏବେ ଇଣ୍ଟରନେଟ୍‌ ସେନ୍‌ସେଶନ ପାଲଟି ଯାଇଛନ୍ତି। ତାଙ୍କର କିଛି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୋନୁଙ୍କ କଥା କହିବାର ଶୈଳୀ ଓ ସ୍ମାଇଲ ଲୋକଙ୍କ ମନ ଜିତି ପାରିଛି। ତାଙ୍କର ଭିଡିଓ ଏମିତି ଭାଇରାଲ ହୋଇଛି ଯେ ଜମାଟୋ ଇଣ୍ଡିଆ ତା’ର ଟୁଇଟର ହ୍ୟାଣ୍ଡେଲର ଡିସପ୍ଲେ ପିକ୍ଚର (ଡିପି)ରେ ସୋନୁଙ୍କ ଏକ ସ୍ମାଇଲିଂ ଫଟୋ ଲଗାଇ ଦେଇଛି। ଏହାପରେ ଜମାଟୋ ଇଣ୍ଡିଆ ଟୁଇଟ୍‌ କରିଛି ଏହା ଏକ ହାପି ରାଇଡର ଫ୍ୟାନଙ୍କ ଆକାଉଣ୍ଟ। ଏହି ଆକାଉଣ୍ଟର ୧ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋୟର୍ସ ହୋଇଯାଇଥିବା ଜଣାପଡିଛି। ପ୍ରଥମେ ସୋନୁଙ୍କର ଏକ ଟିକ୍‌ଟକ୍‌ ଭିଡିଓ ଦାନିସ ଅଂସାରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଉକ୍ତ ଭିଡିଓ ଧୀରେ ଧୀରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ସୋନୁ କହୁଥିଲେ, ସେ ଦିନକୁ ୧୨ ଘଣ୍ଟା ପରିଶ୍ରମ କରୁଥିବା ବେଳେ କମ୍ପାନୀ ତାଙ୍କୁ ଖାଇବା ସହ ଇନସେନଟିଭ ମିଶାଇ ୩୫୦ ଟଙ୍କା ଦରମା ଦେଇଥାଏ। ଏବେ ସୋନୁଙ୍କ ହସହସ ମୁହଁର ଭିଡିଓ ଦେଖିବା ପରେ କିଏ କେତେ ପ୍ରକାରର କମେଣ୍ଟ ଦେଉଛନ୍ତି। କେହି କେହି ଜମାଟୋର ସବୁ ରାଇଡରଙ୍କ ଦରମା ବଢାଇ ଦେବାକୁ କମେଣ୍ଟରେ ଲେଖିଥିବା ଦେଖାଯାଇଛି।

Share