Categories: ଜାତୀୟ

ଡେରାଡୁନରେ ୨ ଦିନିଆ ସଟ୍‌ଡାଉନ୍‌

ଡେରାଡୁନ,୬।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡର ଡେରାଡୁନରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ ଘୋଷଣା କରାଯାଇଛି। ଶନିବାର ଓ ରବିବାର ସଟ୍‌ଡାଉନ ଘୋଷଣା କରାଯାଇଥିବାରୁ ଶନିବାର ଡେରାଡୁନ ସହରରେ ଲୋକଙ୍କ ଯାତାୟତ କମ୍‌ ରହିଥିଲା। କେବଳ ଜରୁରୀ ସେବା ଯୋଗାଉଥିବା ଲୋକେ ଯାତାୟତ କରୁଛନ୍ତି। ଏସ୍‌ପି ଶ୍ୱେତା ଚୌଧୁରୀ କହିଛନ୍ତି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବାରିକେଡ କରାଯାଇଥିବା ବେଳେ ପୋଲିସମାନେ ସ୍ଥାନେ ସ୍ଥାନେ ଜଗି ରହିଛନ୍ତି।

Share