Posted inଖେଳ

ଡେଭିସ୍‌ କପ୍‌ ଭେନ୍ୟୁ ସ୍ଥାନାନ୍ତର ପ୍ରସଙ୍ଗ: ଆଇଟିଏଫ୍‌ ନିଷ୍ପତ୍ତିକୁ ପାକିସ୍ତାନର ଚ୍ୟାଲେଞ୍ଜ୍‌

କରାଚି,୧୧।୧୧(ପି.ଟି.)- ଭାରତ ବିପକ୍ଷ ଡେଭିସ କପ୍‌ ଟାଇ ସ୍ଥାନାନ୍ତର ନିଷ୍ପତ୍ତି ବିରୋଧରେ ପାକିସ୍ତାନ ଚ୍ୟାଲେଞ୍ଜ୍‌ କରିଛି। ଡେଭିସ୍‌ କପ୍‌ ପ୍ରଥମେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ସୁରକ୍ଷା ତଥା ନିରାପତ୍ତା କାରଣରୁ ଏହି ଟାଇକୁ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର କରିବାକୁ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ନିଷ୍ପତ୍ତି ନେଇଥିଲା। ଏବେ ପାକିସ୍ତାନ ଆଇଟିଏଫ୍‌ର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରିଛି। ଓପଚାରିକ ଭାବେ ଆମେ ଆଇଟିଏଫ୍‌ ବିରୋଧରେ ଅପିଲ କରିଛୁ ବୋଲି ପାକିସ୍ତାନ ଟେନିସ ଫେଡେରେଶନ (ପିଟିଏଫ୍‌) ଅଧ୍ୟକ୍ଷ ସଲିମ ସୈଫୁଲା କହିଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା ଆମେ ଏକ ସକାରାତ୍ମକ ଉତ୍ତର ପାଇବୁ ବୋଲି ଆଶା କରୁଛୁ।
ଭାରତ ବିପକ୍ଷ ଡେଭିସ୍‌ କପ୍‌ ଟାଇ ଆୟୋଜନ କରିବାକୁ ଆମେ ପ୍ରସ୍ତୁତ ଅଛୁ। ନିରାପତ୍ତା ନେଇ କୌଣସି ସମସ୍ୟା ନାହିଁ। ସେହିପରି ଦୁଇ ଦେଶ ମଧ୍ୟରେ ଥିବା ରାଜନୈତିକ ସମ୍ପର୍କ ମଧ୍ୟ ଏହା ଉପରେ ପ୍ରଭାବ ପକାଇବ ନାହିଁ। ତେଣୁ ଏପରିସ୍ଥଳେ ଭେନ୍ୟୁ ସ୍ଥାନାନ୍ତର ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଏହି ଡେଭିସ୍‌ କପ୍‌ ଏସିଆ ଓସେନିଆ ଗ୍ରୁପ୍‌-୧ ଟାଇ ସେପ୍ଟେମ୍ବର ୧୪-୧୫ ତାରିଖରେ ଇସ୍‌ଲାମାବାଦର ପାକିସ୍ତାନ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ୨୦୧୭ରେ ଏଠାରେ ଉଜ୍‌ବେକିସ୍ତାନ, କୋରିଆ ଓ ଥାଇଲାଣ୍ଡ ବିପକ୍ଷ ମ୍ୟାଚ୍‌ ବେଶ୍‌ ସଫଳତାର ସହ ଆୟୋଜିତ ହୋଇଥିଲା। ତେବେ ଚଳିତ ମାସ ଆରମ୍ଭରେ ଭେନ୍ୟୁ ସ୍ଥାନାନ୍ତର ନେଇ ଆଇଟିଏଫ୍‌ ଘୋଷଣା କରିଥିଲା। ସୁରକ୍ଷା କାରଣରୁ ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଭେନ୍ୟୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିବା ପରେ ଆଇଟିଏଫ୍‌ ଏହି ନିଷ୍ପତ୍ତି ନେଇଥିଲା। ପାକିସ୍ତାର ଆଗଧାଡିର ଖେଳାଳି ଏଇସାମ- ଉଲ- ହକ ଓ ଅକିଲ ଖାଁ ଆଇଟିଏଫ୍‌ର ଏହି ଭେନ୍ୟୁ ସ୍ଥାନାନ୍ତର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri