Posted inଖେଳ

ଡେଭିସ୍‌ କପ୍‌: ଭେନ୍ୟୁ ସ୍ଥାନାନ୍ତର ପାଇଁ ରାଜି ହେଉନି ପାକିସ୍ତାନ

କରାଚୀ, ୧୨ା୮ (ପି.ଟି.)-ପାକିସ୍ତାନ ବିପକ୍ଷରେ ଖେଳାଯିବାକୁଥିବା ଡେଭିସ୍‌ କପ୍‌ ଏସିଆ/ଓସେନିଆ ଗ୍ରୁପ୍‌-୧ ମ୍ୟାଚ୍‌ ଏକ ନିରପେକ୍ଷ ଭେନ୍ୟୁରେ କରିବା ଲାଗି ଭାରତ କରିଥିବା ଅନୁରୋଧକୁ ପାକିସ୍ତାନ ଟେନିସ ଫେଡେରେଶନ (ପିଟିଏଫ୍‌) ପ୍ରତ୍ୟାଖ୍ୟାନ କରିଛି। ଏହି ମ୍ୟାଚ ସେପ୍ଟେମ୍ବର ୧୪ ଓ ୧୫ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ପିଟିଏଫ୍‌ ମୁଖ୍ୟ ସଲିମ ସଇଫୁଲ୍ଲା କହିଛନ୍ତି, ମ୍ୟାଚ ଖେଳାଯିବା ଲାଗି ଇସ୍‌ଲାମାବାଦ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ସମସ୍ତ ପ୍ରକାର ଆୟୋଜନ ହୋଇଛି। ଭାରତୀୟ ଖେଳାଳିମାନେ ଅସୁରକ୍ଷିତ ଅନୁଭବ କରିବେ ବୋଲି ମୋର ଆଦୌ ମନେ ହେଉନାହିଁ। ଭାରତ ସରକାର ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରିଛନ୍ତି, ଯଦ୍ଦ୍ବାରା ଜମ୍ମୁ-କଶ୍ମୀର ସ୍ବତନ୍ତ୍ର ମାନ୍ୟତା ହରାଇଛି। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଫଳରେ ଏହି ମ୍ୟାଚ ଖେଳାଯିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଡେଭିସ କପ୍‌କୁ ଏକ ନିରପେକ୍ଷ ଭେନ୍ୟୁରେ କରାଇବା ଲାଗି ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଏଟିଏଫ୍‌)କୁ ଅନୁରୋଧ କରିବ ବୋଲି ସର୍ବଭାରତୀୟ ଟେନିସ ଆସୋସିଏଶନ(ଏଆଇଟିଏ) କହିଛି। କିନ୍ତୁ ସଇଫୁଲ୍ଲା କହିଛନ୍ତି, ଇସ୍‌ଲାମାବାଦ ଏକ ସୁରକ୍ଷିତ ସହର। ତେଣୁ ଭାରତୀୟ ଟେନିସ ଖେଳାଳି ଲାଗି କୌଣସି ଅସୁବିଧା ରହିବ ନାହିଁ। ଟିମ୍‌ ରହିବାକୁ ଥିବା ହୋଟେଲଠାରୁ ଆରମ୍ଭ କରି ଭେନ୍ୟୁ ପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରାଯାଇଛି। ସେମାନେ ଯଦି ଚାହଁିବେ ତେବେ ମ୍ୟାଚ ବେଳେ ଦର୍ଶକମାନଙ୍କୁ ମଧ୍ୟ ଅନୁମତି ଦିଆଯିବ ନାହିଁ। ସଇଫୁଲ୍ଲା ପୁଣି ଦର୍ଶାଇଛନ୍ତି, ଆମେ ବହୁ ବର୍ଷ ବ୍ୟବଧାନରେ ଡେଭିସ୍‌ କପ୍‌ ଆୟୋଜନ କରିବାକୁ ଯାଉଛୁ। ଦେଶରେ ଟେନିସ୍‌ ଖେଳର ପ୍ରସାର ଏବଂ ରାଜସ୍ବ ଆୟ ପାକିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଅପରପକ୍ଷରେ ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ଏକ ନିରପେକ୍ଷ ଭେନ୍ୟୁରେ କରାଇବା ବ୍ୟବସ୍ଥା ପାଇଁ ଭାରତୀୟ ଟେନିସ ଫେଡେରେଶନ ଖେଳର ବିଶ୍ୱ ପରିଚାଳନା ପରିଷଦକୁ ଅନୁରୋଧ କରିବ ବୋଲି ଶନିବାର ସ୍ପଷ୍ଟ କରିଛି। ଦୁଇ ପଡୋଶୀ ଦେଶ ମଧ୍ୟରେ ବର୍ତ୍ତମାନ ଯେଉଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି, ମ୍ୟାଚକୁ ନିରପେକ୍ଷ ଭେନ୍ୟୁରେ ଖେଳାଯିବା ଯଥାର୍ଥ ବୋଲି ଭାରତ କହିଛି। ପାକିସ୍ତାନରେ ମ୍ୟାଚ ଖେଳାଯିବା ଲାଗି ଅନୁକୂଳ ପରିବେଶ ନାହିଁ ବୋଲି ଆମର ହୃଦ୍‌ବୋଧ ହୋଇଛି। ଆମ ପାଇଁ ଏକ ନିରପେକ୍ଷ ଭେନ୍ୟୁର ବ୍ୟବସ୍ଥା ପାଇଁ ଆମେ ସୋମବାର ଆଇଟିଏଫ୍‌କୁ ଏକ ଚିଠି ଲେଖିବୁ ବୋଲି ଏଆଇଟିଏ ସାଧାରଣ ସମ୍ପାଦକ ହିରଣମୟ ଚାଟ୍ଟାର୍ଜୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri