Categories: ଖେଳ

ଡେଭିଡ ୱାର୍ଣ୍ଣରଙ୍କ ପାଳି ଦେଖି କାନ୍ଦିଲେ ସ୍ତ୍ରୀ, ଜାଣନ୍ତୁ କାହିଁକି

ଆଡିଲେଡ,୧।୧୨: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ୱାର୍ଣ୍ଣର ଅପରାଜିତ ୩୩୫ ରନ୍‌ର ଇନିଂସ ଖେଳି ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ତାଙ୍କ ଟ୍ରିପଲ ଟନ ପାଳି ହେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ସ୍ତ୍ରୀ କ୍ୟାଣ୍ଡିଡ୍‌ ଓ୍ବାର୍ଣ୍ଣର କାନ୍ଦିପକାଇଛନ୍ତି। ଏହା ଖୁସିର ଲୁହ ବୋଲି ସେ କହିଛନ୍ତି। ଓ୍ବାର୍ଣ୍ଣର ଏଭଳି ସଫଳତା ଦେଖିବାପରେ ନିଜ କୋହ ସମ୍ବରଣ କରିପାରି ନ ଥିଲି ବୋଲି ସେ କହିଛନ୍ତି। ବଲ ବିକୃତ କରିବା ଘଟଣାରେ ୧୨ ମାସ ନିଲମ୍ବିତ ହେବା ପରେ ଇଂଲଣ୍ଡ ବିପକ୍ଷ ଆସେସ ସିରିଜକୁ ୱାର୍ଣ୍ଣର କମବ୍ୟାକ କରିଥିଲେ। ହେଲେ ଏହି ସିରିଜରେ ତାଙ୍କ ବ୍ୟାଟ ଆଦୌ ଚାଲି ନ ଥିଲା। ତେବେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିବା ୱାର୍ଣ୍ଣର ଦ୍ୱିତୀୟ ଟେଷ୍ଟରେ ଟ୍ରିପଲ ଟନ ମାରିଛନ୍ତି। ୱାର୍ଣ୍ଣର କିମ୍ବଦନ୍ତୀ କ୍ରିକେଟର ଡନ ବ୍ରାଡମ୍ୟାନଙ୍କ ୨ଟି ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଓଭାଲରେ ଯେ ୱାର୍ଣ୍ଣର ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗି ନାହାନ୍ତି, ବରଂ ବ୍ରାଡମ୍ୟାନଙ୍କ ସର୍ବାଧିକ ଟେଷ୍ଟ ସ୍କୋର ୩୩୪କୁ ମଧ୍ୟ ୱାର୍ଣ୍ଣର ଅତିକ୍ରମ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ମାଥ୍ୟୁ ହେଡେନଙ୍କ ନାଁରେ ରହିଛି। ସେ ୨୦୦୩ରେ ୩୮୦ ରନର ଇନିଂସ ଖେଳିଥିଲେ। ଏବେ ୱାର୍ଣ୍ଣର ଦ୍ୱିତୀୟ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି।

Share