ଡେଟିଂ କରୁଛନ୍ତି ଜ୍ୟାକଲିନ୍‌ !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜଙ୍କୁ ଡେଟ୍‌ କରିବାକୁ କେତେ ଯେ ଯୁବକ ଅପେକ୍ଷା ରଖିଛନ୍ତି କହିବା ମୁସ୍କିଲ। ହେଲେ ଏବେ କୁଆଡେ ଏହି ଅଭିନେତ୍ରୀ ଡେଟିଂ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏମିତି କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି। କ୍ୟାକଲିନଙ୍କ ରିଲେସନଶିପ ଲାଇଫକୁ ନେଇ ପ୍ରଶ୍ନ କରିବାରୁ ସେ କହିଥିଲେ ଏବେ ସେ ତାଙ୍କ ପୋଷା ବିଲେଇକୁ ଡେଟ୍‌ କରୁଛନ୍ତି। କାରଣ ବର୍ତ୍ତମାନ ସେ ବିଲେଇଙ୍କ ପ୍ୟାରେଣ୍ଟସ୍‌। କାରଣ ସେ ତାଙ୍କ ପୋଷା ବିଲେଇକୁ ବହୁତ ଭଲ ପାଆନ୍ତି। ଅନେକ ସମୟରେ ସେ ଏହି ବିଲେଇଙ୍କ ସହ ଉଠାଇଥିବା କିଛି ଫଟୋ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଥିବା ଦେଖିବାକୁ ମିଳେ। ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ଏହି ସେକ୍ସି ନାୟିକା ଏବେବି ସିଙ୍ଗଲ ଅଛନ୍ତି। ଲକ୍ଷେ ଦିଲ୍‌ କି ଧଡକନ୍‌ ଜ୍ୟାକଲିନ୍‌ ଆଗାମୀ ଦିନରେ ମୁଭି ‘କୁଲି ନମ୍ବର୧’ର ରିମେକ ଓ ‘କିକ୍‌ ୨’ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି। ଯଦିଓ ସେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ କରି ନାହାଁନ୍ତି।

Share