ଡେଙ୍ଗୁରା ପିଟି ଚେତାବନୀ

ଅନୁଗୋଳ ଅଫିସ, ୧୪।୪-ଗଁ।କୁ ବାହାର ଲୋକ ଆସିଲେ ସ୍କୁଲ ଘରେ ହୋଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ହେବ। ନଚେତ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ବେଡ଼ା ପଞ୍ଚାୟତ ହମାମୀରା ଗଁାରେ ରବିବାର ଡେଙ୍ଗୁରା ଦିଆଯାଇଥିବା ଭିଡିଓ ଭାଇରାଲ ହୋଇଛି। ଡେଙ୍ଗୁରା ପିଟି ଗଁା ଦାଣ୍ଡରେ ବୁଲୁଥିବା ଜଣେ ବ୍ୟକ୍ତି ଏହି କଟକଣା ସମ୍ପର୍କରେ ଚେତାବନୀ ଦେଉଥିବା ଭିଡିଓରେ ଦେଖାଯାଉଛି। ତେବେ ଗଁାକୁ ପଶିବା ପୂର୍ବରୁ ପୋଲିସ ଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଏ ନେଇ ସରପଞ୍ଚ ମନ୍ଦରଧର ଦେହୁରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଳିପାରି ନାହିଁ। ବନ୍ତଳା ଥାନା ଦାୟିତ୍ୱରେ ଥିବା ଡିଏସ୍‌ପି ସୌରଭ ଓତା କହିଛନ୍ତି, ପ୍ରଶାସନ ପକ୍ଷରୁ ଏମିତି କିଛି ନିର୍ଦ୍ଦେଶ ଦିଆଯାଇ ନାହିଁ। ଘଟଣାର ତଦନ୍ତ କରାଯିବ।