Categories: ଖେଳ

ଡୁରାଣ୍ଡ କପ୍‌ ଫାଇନାଲରେ ଗୋକୁଳମ କେରଳ

କୋଲକାତା, ୨୧।୮ (ପି.ଟି.): ସପ୍ତଦଶଥର ପାଇଁ ସମ୍ମାନଜନକ ଡୁରାଣ୍ଡ କପ୍‌ ଟାଇଟଲ୍‌ ଜିତିବାକୁ ଲକ୍ଷ୍ୟ ରଖିଥିବା ଇଷ୍ଟ ବେଙ୍ଗଲକୁ ଶେଷରେ ନିରାଶ ହେବାକୁ ପଡ଼ିଛି। ବୁଧବାର ଖେଳାଯାଇଥିବା ଏକ ରୋମାଞ୍ଚକ ସେମିଫାଇନାଲ ମୁକାବିଲାରେ ଇଷ୍ଟ ବେଙ୍ଗଲକୁ ୨-୩ ଗୋଲରେ ପରାସ୍ତ କରି ଗୋକୁଳମ କେରଳ ଏଫ୍‌ସି ଡୁରାଣ୍ଡ କପ୍‌ର ୧୨୯ତମ ସଂସ୍କରଣର ଫାଇନାଲରେ ପ୍ରବେଶ କରିଛି। ସ୍ଥାନୀୟ ସଟ୍‌ଲେକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ଉଭୟ ଦଳ ଗୋଟିଏ ଲେଖାଲ ଗୋଲସ୍କୋର କରିଥିଲେ। ଫଳରେ ଫଳାଫଳ ପାଇଁ ରେଫରି ପେନାଲ୍ଟି ଶୁଟ୍‌ଆଉଟ୍‌ର ସହାୟତା ନେଇଥିଲେ। ଏଥିରେ ଗୋକୁଳମ ୩-୨ ଗୋଲରେ ବାଜିମାତ୍‌ କରି ନେଇଥିଲା।

Share