Posted inଖେଳ

ଡୁ’ପ୍ଲେସି ଦକ୍ଷିଣ ଆଫ୍ରିକା ଟେଷ୍ଟ ଅଧିନାୟକ

ଜୋହାନ୍ସ ବର୍ଗ, ୭ା୮(ଏଏଫ୍‌ପି)-ଅକ୍ଟୋବରରେ ଖେଳାଯିବାକୁଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଫାଫ୍‌ ଡୁ’ପ୍ଲେସି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ)ର ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ (କ୍ରିକେଟ) କୋରି ଭାନ୍‌ ଜାଇଲ ମଙ୍ଗଳବାର ପ୍ରକାଶ କରିଛନ୍ତି। ଡୁ’ପ୍ଲେସିଙ୍କୁ କିନ୍ତୁ ସମସ୍ତ ଫର୍ମାଟ ପାଇଁ ଅଧିନାୟକ କରା ନ ଯାଇପାରେ। ଭାନ୍‌ ଜାଇଲ କହିଛନ୍ତି, ସେ ଆସନ୍ତା ସିଲେକ୍ସନ ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ ୨୦୨୩ ବିଶ୍ୱକପ୍‌ ପାଇଁ ଯୋଜନା ସମେତ ଭବିଷ୍ୟତ ରଣକୌଶଳ ସମ୍ପର୍କରେ ଆଲୋଚନା ହେବ। ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକା ଆସନ୍ତା ମାସରେ ଭାରତରେ ୩ ଅନ୍ତର୍ଜାତୀୟ ଟି୨୦ ଖେଳିବ। ନୂଆ ବିଶ୍ୱ ଟେଷ୍ଟ ଚାମ୍ପୟନଶିପ୍‌ ପରିପ୍ରେକ୍ଷୀରେ ଦକ୍ଷିଣ ଆଫ୍ରିକା ଓ ଭାରତ ସେମାନଙ୍କ ପ୍ରଥମ ମ୍ୟାଚ ଅକ୍ଟୋବର ୨ରୁ ଖେଳିବେ। ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସିଏସ୍‌ଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଥବଙ୍ଗ ମୋରେ କହିଛନ୍ତି, ଡିସେମ୍ବରରେ ଇଂଲଣ୍ଡର ଦକ୍ଷିଣ ଆଫ୍ରିକା ଟୁର୍‌ ପୂର୍ବରୁ ଜାତୀୟ ଦଳ ପଇଁ ନୂଆ ଢାଞ୍ଚାରେ ନିଯୁକ୍ତି ଦିଆଯିବ ବୋଲି ମୁଁ ଆଶା କରୁଛି। ସୂଚନାଯୋଗ୍ୟ, ରବିବାର ସିଏସଏ ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାର ପ୍ରକାଶ ପାଇଥିଲା। ଏଥିରେ ସୂଚନା ଦିଆଯାଇଥିଲା ଯେ, ଦକ୍ଷିଣ ଆଫ୍ରିକା କ୍ରିକେଟର ପରିଚାଳନାଗତ ଢାଞ୍ଚା ବଦଳିବ। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ରେ ଦେଶର ନୈରାଶ୍ୟଜନ ପ୍ରଦର୍ଶନ ଯୋଗୁ ଏହି ପଦକ୍ଷେପ ନିଆଯାଇଛି। ଫୁଟ୍‌ବଲ ଶୈଳୀକୁ ଆପଣେଇବା ଲାଗି ସ୍ଥିର କରାଯାଇଛି। ଫଳ ସ୍ବରୂପ ମୁଖ୍ୟ କୋଚ୍‌ ଓଟିସ ଗିବସନଙ୍କ କାର୍ଯ୍ୟକାଳ ମିଆଦ ବୃଦ୍ଧି କରାଯିବ ନାହିଁ। ଏହି ସ୍ଥାନରେ ଜଣେ ଟିମ୍‌ ମ୍ୟାନେଜର ନିଯୁକ୍ତି ପାଇବେ, ଯାହାଙ୍କର ଚୟନ ବ୍ୟାପାରରେ ଅଖଣ୍ଡ କ୍ଷମତା ରହିବ। ଆଗାମୀ ଯୋଜନା ଅନୁସାରେ ବର୍ତ୍ତମାନର ଟିମ୍‌ ମ୍ୟାନେଜମେଣ୍ଟ ସଦସ୍ୟଗଣ ଏବଂ ବିଭିନ୍ନ ସହକାରୀ କ୍ରିକେଟ କୋଚ୍‌ମାନେ ବିଦା ହେବେ। ଯୋଜନା ଅନୁସାରେ ଜଣେ ଟିମ୍‌ ମ୍ୟାନେଜର ନିଯୁକ୍ତି ପାଇବେ। ସେ ନିଜ ପସନ୍ଦରେ କୋଚିଂ ଷ୍ଟାଫ୍‌ ଏବଂ ଗେମ୍‌ର ତିନୋଟି ଫର୍ମାଟ୍‌ ପାଇଁ ଅଧିନାୟକ ନିଯୁକ୍ତି ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri