Categories: ଜାତୀୟ

ଡି. ରାଜା ହେବେ ସିପିଆଇ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ, ୨୧ା୭(ପି.ଟି.): ରାଜ୍ୟ ସଭା ଏମ୍‌ପି ଡି. ରାଜା ସିପିଆଇର ସାଧାରଣ ସମ୍ପାଦକ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି। ଏହି ପଦରେ ଥିବା ଏସ୍‌. ସୁଧାକର ରେଡ୍ଡୀ ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିଲେ। ସେ ୨୦୧୨ରୁ ଦଳର ଜାତୀୟ ସାଧାରଣ ସମ୍ପାଦକ ରହିଆସିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଏଭଳି ନେତୃତ୍ୱ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ସିପିଆଇ ଜାତୀୟ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଅନୁଷ୍ଠିତ ବୈଠକରେ ରାଜାଙ୍କ ନାମ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଦିଆଯାଇଥିଲା। ଦଳର ଜାତୀୟ ପରିଷଦ ବୈଠକରେ ଏହା ଉପରେ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ପ୍ରକାଶଥାଉ କି, ୭୦ ବର୍ଷିୟ ରାଜା ତାମିଲନାଡ଼ୁରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି।

Share