Posted inଖେଳ

ଡିସ୍ପୋର୍ଟସ ରେ ପ୍ରସାରଣ ହେବ ଆଇ-ଲିଗ୍‌

ନୂଆଦିଲ୍ଲୀ, ୧୫ା୧୧ (ପି.ଟି.)-ସିଜନ ୨୦୧୯-୨୦ ଆରମ୍ଭରୁ ଆଇ-ଲିଗ୍‌ ମ୍ୟାଚଗୁଡ଼ିକ ଡିସ୍ପୋର୍ଟରେ ସିଧା ପ୍ରସାରଣ ହେବ। ଏନେଇ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଲେକ୍ସ ସ୍ପୋର୍ଟେଲ ଭିଜନ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ୩ବର୍ର୍ଷିଆ ଚୁକ୍ତି କରିଛି। ଆଇ-ଲିଗ୍‌ର ୧୩ତମ ସଂସ୍କରଣ ନଭେମ୍ବର ୩୦ରୁ ୧୧ଟି ଦଳକୁ ନେଇ ଅନୁଷ୍ଠିତ ହେବ। ଏଥିରେ ୧୧୦ଟି ମ୍ୟାଚ ଖେଳାଯିବ। ଏଆଇଏଫ୍‌ଏଫ୍‌ ପୃଥକ୍‌ ଭାବେ ଆୟର୍ଲାଣ୍ଡର ଇନ୍‌ଷ୍ଟାଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ସହିତ ମଧ୍ୟ ଏକ ଚୁକ୍ତି କରିଛି। ଏହି କମ୍ପାନୀ ଡିସ୍ପୋର୍ଟ ପାଇଁ ଲାଇଭ୍‌ ଅଡିଓ-ଭିଜୁଆଲ କଭରେଜ ବ୍ୟବସ୍ଥା କରିବ। ଇନ୍‌ଷ୍ଟାଟ୍‌ ସମସ୍ତ ୧୧୦ ଆଇ-ଲିଗ୍‌ ମ୍ୟାଚରେ ୮ଟି କ୍ୟାମେରା ବ୍ୟବହାର କରିବ। ଇନଷ୍ଟାଟ୍‌ ଲିମିଟେଡ୍‌ ସହ ଏଆଇଏଫ୍‌ଏଫ୍‌ ୩ ବର୍ଷିଆ ଚୁକ୍ତି କରିଛି। ଷ୍ଟାର ସ୍ପୋଟର୍‌ସ ଗତ ଦୁଇ ବର୍ଷ ହେଲା ଆଇ-ଲିଗ୍‌ ମ୍ୟାଚଗୁଡ଼ିକର ସିଧା ପ୍ରସାରଣ କରି ଆସୁଥିଲା। ଆଇ-ଲିଗ୍‌ କ୍ଲବ ଗୁଡ଼ିକର ଅନୁରୋଧକ୍ରମେ ଏଆଇଏଫ୍‌ଏଫ୍‌ ଏବଂ ଏଫ୍‌ଏସ୍‌ଡିଏଲ (ଫୁଟ୍‌ବଲ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌) ନୂଆ ବ୍ରଡକାଷ୍ଟିଂ ପାର୍ଟନର ସହିତ ଚୁକ୍ତି କରିଛନ୍ତି। ଏଆଇଏଫ୍‌ଏଫ୍‌ର ସାଧାରଣ ସମ୍ପାଦକ କୁଶାଲ ଦାସ ଗୁରୁବାର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଡିସ୍ପୋଟର୍‌ସ ହେଉଛି ଏକ ଭାରତ କେନ୍ଦ୍ରିତ ଖେଳ ଚ୍ୟାନେଲ। ଡିସ୍କଭରି ଏସିଆ-ପ୍ୟାସିଭିକ୍‌ ତରଫରୁ ୧୦୧୭ ଫେବୃୟାରୀ ୬ରେ ଏହି ଚ୍ୟାନେଲର ଶୁଭାରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri