Posted inଖେଳ

ଡିସ୍ପୋର୍ଟସ ରେ ପ୍ରସାରଣ ହେବ ଆଇ-ଲିଗ୍‌

ନୂଆଦିଲ୍ଲୀ, ୧୫ା୧୧ (ପି.ଟି.)-ସିଜନ ୨୦୧୯-୨୦ ଆରମ୍ଭରୁ ଆଇ-ଲିଗ୍‌ ମ୍ୟାଚଗୁଡ଼ିକ ଡିସ୍ପୋର୍ଟରେ ସିଧା ପ୍ରସାରଣ ହେବ। ଏନେଇ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଲେକ୍ସ ସ୍ପୋର୍ଟେଲ ଭିଜନ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ୩ବର୍ର୍ଷିଆ ଚୁକ୍ତି କରିଛି। ଆଇ-ଲିଗ୍‌ର ୧୩ତମ ସଂସ୍କରଣ ନଭେମ୍ବର ୩୦ରୁ ୧୧ଟି ଦଳକୁ ନେଇ ଅନୁଷ୍ଠିତ ହେବ। ଏଥିରେ ୧୧୦ଟି ମ୍ୟାଚ ଖେଳାଯିବ। ଏଆଇଏଫ୍‌ଏଫ୍‌ ପୃଥକ୍‌ ଭାବେ ଆୟର୍ଲାଣ୍ଡର ଇନ୍‌ଷ୍ଟାଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ସହିତ ମଧ୍ୟ ଏକ ଚୁକ୍ତି କରିଛି। ଏହି କମ୍ପାନୀ ଡିସ୍ପୋର୍ଟ ପାଇଁ ଲାଇଭ୍‌ ଅଡିଓ-ଭିଜୁଆଲ କଭରେଜ ବ୍ୟବସ୍ଥା କରିବ। ଇନ୍‌ଷ୍ଟାଟ୍‌ ସମସ୍ତ ୧୧୦ ଆଇ-ଲିଗ୍‌ ମ୍ୟାଚରେ ୮ଟି କ୍ୟାମେରା ବ୍ୟବହାର କରିବ। ଇନଷ୍ଟାଟ୍‌ ଲିମିଟେଡ୍‌ ସହ ଏଆଇଏଫ୍‌ଏଫ୍‌ ୩ ବର୍ଷିଆ ଚୁକ୍ତି କରିଛି। ଷ୍ଟାର ସ୍ପୋଟର୍‌ସ ଗତ ଦୁଇ ବର୍ଷ ହେଲା ଆଇ-ଲିଗ୍‌ ମ୍ୟାଚଗୁଡ଼ିକର ସିଧା ପ୍ରସାରଣ କରି ଆସୁଥିଲା। ଆଇ-ଲିଗ୍‌ କ୍ଲବ ଗୁଡ଼ିକର ଅନୁରୋଧକ୍ରମେ ଏଆଇଏଫ୍‌ଏଫ୍‌ ଏବଂ ଏଫ୍‌ଏସ୍‌ଡିଏଲ (ଫୁଟ୍‌ବଲ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌) ନୂଆ ବ୍ରଡକାଷ୍ଟିଂ ପାର୍ଟନର ସହିତ ଚୁକ୍ତି କରିଛନ୍ତି। ଏଆଇଏଫ୍‌ଏଫ୍‌ର ସାଧାରଣ ସମ୍ପାଦକ କୁଶାଲ ଦାସ ଗୁରୁବାର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଡିସ୍ପୋଟର୍‌ସ ହେଉଛି ଏକ ଭାରତ କେନ୍ଦ୍ରିତ ଖେଳ ଚ୍ୟାନେଲ। ଡିସ୍କଭରି ଏସିଆ-ପ୍ୟାସିଭିକ୍‌ ତରଫରୁ ୧୦୧୭ ଫେବୃୟାରୀ ୬ରେ ଏହି ଚ୍ୟାନେଲର ଶୁଭାରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri