ଡିସେମ୍ବର ୭ରେ ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାର ଶୁଣାଣି

ଇସଲାମାବାଦ୍‌,୧।୧୨: ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ଙ୍କ ବିରୋଧ ଅଣାଯାଇଥିବା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାର ଶୁଣାଣି ଡିସେମ୍ବର ୭ରେ ହେବ। ଏହାର ଶୁଣାଣି ଆତଙ୍କବାଦ ବିରୋଧୀ ଅଦାଲତରେ କରାଯିବ। ଏହି ମାମଲାର ପ୍ରତିଦିନ ଶୁଣାଣ କରିବାକୁ ସରକାରୀ ଆଇନଜୀବୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ତେବେ ଏହାକୁ ସଇଦ୍‌ଙ୍କ ଆଇନଜୀବୀ ବିରୋଧ କରିଥିଲେ। ସୂଚନାଯୋଗ୍ୟ, ସଇଦ୍‌ଙ୍କୁ ଜୁଲାଇ ୧୭ରେ ପାକିସ୍ତାନ ପୋଲିସ ପକ୍ଷରୁ ଗିରଫ କରାଯାଇଥିଲା।

Share