ଡିସେମ୍ବର ୧୫ରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା:ଗୋଟିଏ ସ୍ଥାନରେ ଦେଶର ଉତ୍କୃଷ୍ଟ ହସ୍ତଶିଳ୍ପ, ହସ୍ତତନ୍ତ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ) :ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା। ରାଜ୍ୟ ତଥା ରାଜ୍ୟ ବାହାରୁ ୩୫୦ରୁ ଊର୍ଦ୍ଧ୍ୱ କାରିଗର ଓ ବୁଣାକାରଙ୍କୁ ନେଇ ଆୟୋଜିତ ହେବାକୁ ଥିବା ଏହି ସର୍ବବୃହତ୍‌ ହସ୍ତଶିଳ୍ପ ଓ ହସ୍ତତନ୍ତ ମେଳାରେ ଓଡ଼ିଶାର ୧୫୦ ହସ୍ତଶିଳ୍ପ କାରିଗର ଓ ୮୦ ବୁଣାକାର ଏବଂ ରାଜ୍ୟ ବାହାରୁ ୫୦ ବୁଣାକାର ଓ ଶିଳ୍ପୀ ଯୋଗଦେବେ। ଏହାବ୍ୟତୀତ ରାଜ୍ୟରେ ହସ୍ତଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ କାର୍ଯ୍ୟରତ ୧୨ ଅନୁଷ୍ଠାନ ମେଳା ପରିସରରେ ଲାଇଭ୍‌ ଡେମୋ ପ୍ରଦର୍ଶନ କରିବେ। ଚଳିତବର୍ଷ ମେଳା ପରିସରରେ ମୋଟ ୩୮୦ ଷ୍ଟଲ୍‌ ଖୋଲିବାକୁ ଥିବାବେଳେ ୪୦ ଷ୍ଟଲ୍‌କୁ ନେଇ ଫୁଡ୍‌କୋର୍ଟ କରାଯିବ। ରାଜ୍ୟର ନାମୀଦାମୀ ହୋଟେଲଗୁଡ଼ିକ ଦ୍ୱାରା ଏଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ ବିଭିନ୍ନ ଦେଶୀ ବିଦେଶୀ ଖାଦ୍ୟ ଉପଲବ୍ଧ ହେବ। ଏନେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ସୂଚନା ଦେଇଛନ୍ତି।
ବିଭାଗ ପକ୍ଷରୁ ଗୁରୁବାର ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ ମନ୍ତ୍ରୀ ଦିଆନ କହିଥିଲେ, ପ୍ରତିବର୍ଷ ଭଳି ଏଥର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ମେଳା ପରିସର ଏବଂ ପ୍ୟାଭିଲିୟନ୍‌ର ସାଜସଜ୍ଜା କରାଯିବ। ମେଳାର ମଧ୍ୟଭାଗରେ ‘କଳିଙ୍ଗ ତନ୍ତୁକୃତି’ ବିଷୟବସ୍ତୁକୁ ନେଇ ପ୍ୟାଭିଲିୟନ ପ୍ରସ୍ତୁତ ହେବ। ଚଳିତବର୍ଷ ମେଳା ଆୟୋଜନ ପାଇଁ ବିଭାଗ ପକ୍ଷରୁ ୩.୫୯କୋଟି ଟଙ୍କାର ବଜେଟ ରଖାଯାଇଛି। ୨୦୧୮ରେ ୨୦.୮୨ କୋଟି ଟଙ୍କାର ବିକ୍ରିବଟା ହୋଇଥିବାବେଳେ ଏଥର ୨୧.୫୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରହିଛି। ୨୨ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକ ଏଥର ମେଳା ବୁଲିବାକୁ ଆସିବେ ବୋଲି ବିଭାଗ ଆକଳନ କରିଛି। ୧୩ ଦିନ ବ୍ୟାପୀ ହେବାକୁ ଥିବା ଏହି ମେଳାରେ ପ୍ରତ୍ୟହ ସନ୍ଧ୍ୟାରେ ରାଜ୍ୟ ଏବଂ ରାଜ୍ୟ ବାହାରର କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଚଳିତବର୍ଷ ବଲିଉଡ୍‌ର ଲୋକପ୍ରିୟ ଗାୟିକା ପ୍ରତିଭା ସିଂ ଭାଗଲେ ଏବଂ ଅମନ ତିର୍ଖ ତୋଷାଳିର ମୁଖ୍ୟ ଆକର୍ଷଣ ରହିବେ। ମେଳା ପରିସରରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ସହ ଏ.ଟି.ଏମ୍‌. ସେବା, ପ୍ରତ୍ୟେକ ଷ୍ଟଲ୍‌ରେ ପିଓଏସ୍‌ ମେଶିନ୍‌, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ହୁଇଲ ଚେୟାର, ଆମ୍ବୁଲାନ୍ସ, ଅଗ୍ନିଶମ ବ୍ୟବସ୍ଥା, ଆଶୁ ଚିକିତ୍ସା କେନ୍ଦ୍ର, ଛୋଟ ପିଲାଙ୍କ ଖେଳିବା ପାଇଁ ପ୍ଲେ-ଜୋନ୍‌ ଆଦିର ବ୍ୟବସ୍ଥା କରାଯିବ। ଚଳିତବର୍ଷ ମେଳାକୁ ପ୍ଲାଷ୍ଟିକ୍‌ମୁକ୍ତ ରଖିବାକୁ ପଦକ୍ଷେପ ନିଆଯାଇଥିବାବେଳେ ଦୃଷ୍ଟିହୀନମାନଙ୍କ ପାଇଁ ମେଳା ସମ୍ପର୍କିତ ସମସ୍ତ ବିବରଣୀ ବ୍ରେଲି ଅକ୍ଷରରେ ଛପାଯାଇ ବଣ୍ଟନ କରାଯିବ। ମେଳାକୁ ଅଧିକ ଆକର୍ଷଣୀୟ କରିବାକୁ ୪ଟି ସେଲ୍‌ଫି ଜୋନ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଏହା ଖୋଲାରହିବ। ଉଦ୍‌ଘାଟନୀ ସମାରୋହରେ ୨୦୧୯ ମସିହା ନିମନ୍ତେ ‘ରାଜ୍ୟ ହସ୍ତଶିଳ୍ପ ପୁରସ୍କାର’ ସହ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ନୀତିନ୍‌ ଚନ୍ଦ୍ର, ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବସନ୍ତ ଦାସ, ବିଭାଗୀୟ ଅତିରିକ୍ତ ସଚିବ ବୃନ୍ଦାବନ ବେହେରା, ଯୁଗ୍ମସଚିବ ଅଞ୍ଜନା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri