Categories: ବାଣିଜ୍ୟ

ଡିସେମ୍ବର ୧୦ରେ ବ୍ୟାଙ୍କ ମିଶ୍ରଣ ବିରୋଧରେ ଧର୍ମଘଟ

ନୂଆଦିଲ୍ଲୀ,୨୨-୧୧: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଡିସେମ୍ବର ୧୦ରେ ପାର୍ଲାମେଣ୍ଟ ସାମ୍ନାରେ ଧାରଣା ଦେବେ। ସରକାର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ କରିବାକୁ ଯୋଜନା ରଖିଛନ୍ତି। ଏହି ଯୋଜନା ମୁତାବକ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମିଶିଯିବ। ସିଣ୍ଡିକେଟ ବ୍ୟାଙ୍କ କାନାରା ବ୍ୟାଙ୍କ ସହ, ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ, କର୍ପୋରେଶନ ବ୍ୟାଙ୍କ ସହ ମିଶିବାକୁ ଥିବା ବେଳେ ଆଲ୍ଲାହାବାଦ ବ୍ୟାଙ୍କ ସହ ଇଣ୍ଡିଆନ ବ୍ୟାଙ୍କ ମିଶିଯିବ।

Share