ଡିସେମ୍ବରରେ ଆଲିୟା-ରଣବୀରଙ୍କ ବାହାଘର

ମୁମ୍ବାଇ: ବଲିଉଡ୍‌ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଯଦି ଆପଣ ରଣବୀର କପୁର ଆଉ ଆଲିୟା ଭଟ୍ଟଙ୍କ ଫ୍ୟାନ୍‌ ତେବେ ଆପଣଙ୍କୁ ଏହି ଲାଟେଷ୍ଟ ଖବରଟି ନିଶ୍ଚୟ ଉତ୍ସାହିତ କରିଦେବ। ହେଲେ ରଣବୀରଙ୍କ ମହିଳା ଫ୍ୟାନ୍‌ ଆଉ ଆଲିୟାଙ୍କ ପୁରୁଷ ଫ୍ୟାନ୍‌ମାନେ କିନ୍ତୁ ଏହି ଖବର ଶୁଣିବା ପରେ ତାଙ୍କ ହୃଦୟ ଭାଙ୍ଗିଯିବାର ଆଶଙ୍କା ରହିଛି। ଏତେ ହିଣ୍ଟ୍‌ସ ମିଳିବା ପରେ ଆପଣମାନେ ନିଶ୍ଚୟ ଜାଣିସାରିଥିବେ ଆମେ କେଉଁ ଖୁସି ଖବର କଥା କହୁଛୁ।
ବିବାହ ବିଗୁଲ୍‌ ବାଜିବ। ସାତ ଜନ୍ମର ସାଥୀ ହୋଇ ବିବାହ ବନ୍ଧନରେ ଦୁହେଁ ଆବଦ୍ଧ ହେବେ। ସମୟ ସମୟରେ ଏମାନଙ୍କ ବିବାହ ଗୁଜବ ଉଠୁଥିବାବେଳେ ଏବେ ପୁଣି ଏପରି ଏକ ଖବର ଚର୍ଚ୍ଚାକୁ ଆସିଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି, ଚଳିତବର୍ଷ ଡିସେମ୍ବରରେ ଆଲିୟା, ରଣବୀରଙ୍କ ବିବାହ ସ୍ଥିର ହୋଇଛି। ଏନେଇ ଉଭୟଙ୍କ ପରିବାର ନିଷ୍ପତ୍ତି ନେଇଥିବାବେଳେ ବନ୍ଧୁବାନ୍ଧବ ତଥା ସମ୍ପର୍କୀୟଙ୍କୁ ମଧ୍ୟ ଖବର ଦିଆସରିଛି ବୋଲି ଜଣାପଡ଼ିଛି।
ଚକୋଲେଟ୍‌ ହିରୋ ତଥା ସବୁ ଝିଅଙ୍କ କ୍ରଶ୍‌ ରଣବୀର କପୁରଙ୍କ ସହ ସୁନ୍ଦରୀ ଆଲିୟା ଭଟ୍ଟଙ୍କ ରିଲେଶନ୍‌ଶିପକୁ ୨ବର୍ଷରୁ ଅଧିକ ସମୟ ହେଲାଣି। ଏମିତିରେ ଉଭୟଙ୍କ ପୂର୍ବରୁ ଅନେକ ଲଭ୍‌ ଆଫେୟାର୍ସ ଥିଲେ ମଧ୍ୟ ଏଥର ପରସ୍ପରକୁ ନେଇ ସେମାନେ ସିରିୟସ୍‌ ଅଛନ୍ତି ବୋଲି ଜଣାପଡ଼ୁଛି। ଅପ୍‌କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଉଭୟ ଏକାଠି ନଜରକୁ ଆସିବେ। ଫିଲ୍ମଟି ଆସନ୍ତା ଡିସେମ୍ବର ୪ରେ ରିଲିଜ୍‌ ହେବ। ଏହାପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଖବର ମିଳିଛି। ଏପରି କି, ବିବାହ ତାରିଖ ମଧ୍ୟ ସ୍ଥିର ହୋଇଯାଇଥିବା କୁହାଯାଉଛି।
ଆଲିୟା-ରଣବୀରଙ୍କୁ ଅନେକ ଇଭେଣ୍ଟ ଓ ପାର୍ଟିରେ ଏକାଠି ଦେଖିବାକୁ ମିଳିଥାଏ। ଦୁହେଁ ଖୋଲାଖୋଲି ନିଜର ସମ୍ପର୍କକୁ ସ୍ବୀକାର ମଧ୍ୟ କରିଛନ୍ତି। ନିକଟରେ ରଣବୀରଙ୍କ କଜିନ୍‌ ଅର୍‌ମାନ୍‌ ମଲ୍ଲିକଙ୍କ ବିବାହ ସେରିମୋନୀରେ ଆଲିୟା-ରଣବୀରଙ୍କ ପରିବାର ପହଞ୍ଚିଥିଲେ। ରଣବୀରଙ୍କ ମା’ ନିତୁ ସିଂ ଆଲିୟାଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା। ସେପଟେ ଆଲିୟାଙ୍କ ବାପା ମହେଶ ଭଟ୍ଟ ମଧ୍ୟ ରଣବୀରଙ୍କୁ ପସନ୍ଦ କରିଛନ୍ତି। ରଣବୀର ଜଣେ ଭଲ ପିଲା ବୋଲି ମହେଶ ଅନେକ ଥର କହିଛନ୍ତି। ଏ ସବୁ ଦୃଷ୍ଟିରୁ ଏଥର ଆଲିୟା-ରଣବୀରଙ୍କ ବିବାହ ପକ୍କା ବୋଲି କୁହାଯାଉଛି।

Share