ଡିଭିଜନାଲ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଯାଜପୁର ରୋଡ୍‌,୨୨।୧୧(ନି.ପ୍ର.): ଯାଜପୁର ଜିଲା ଅଣସଂଘଟଠିତ ଶ୍ରମିକ ସଂଗଠନ ସମନ୍ବୟ କମିଟି ପକ୍ଷରୁ ଶୁକ୍ରବାର ୧୩ଦଫା ଦାବିରେ ସ୍ଥାନୀୟ ଡିଭିଜନାଲ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଧାରଣା ଦିଆଯାଇଛି। ଶ୍ରମିକମାନେ ଚୋରଦାଛକଠାରୁ ଏକ ଶୋଭାଯାତ୍ରାରେ ୫-ଟି ଲାଗୁ, ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଓ କ୍ଷତିପୂରଣ ଆଦି ନାରାବାଜି ଦେଇ ଡିଭିଜନାଲ ଶ୍ରମ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଶ୍ରମ କାର୍ଯ୍ୟାଳୟର ଅବ୍ୟବସ୍ଥା, ଶ୍ରମିକଙ୍କ ପାଇଁ ଉର୍ଦ୍ଦିଷ୍ଟ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ଓ ସେମାନଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।