ଡିଜିପିଙ୍କ ବଦଳିକୁ ବିରୋଧୀଙ୍କ କଟାକ୍ଷ: ସତ୍‌ସାହସ ଥିଲେ ମାରିକଙ୍କ ବିରୋଧରେ ଥିବା ଲୋକପାଳ ରିପୋର୍ଟ ଦେଖାଅ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ସାରେ ହଠାତ୍‌ ଡିଜିପି ବି.କେ. ଶର୍ମାଙ୍କୁ ଦାୟିତ୍ୱରୁ ହଟାଇବା ଘଟଣାକୁ ବିରୋଧୀ କଡା ସମାଲୋଚନା କରିଛନ୍ତି। ଜଣେ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କୁ ଏମିତି ରାତିଅଧିଆ କାଢି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ଦାୟିତ୍ୱ ଦେବା, ପୂର୍ବତନ ଡିଜିପିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବା ଘଟଣାକୁ ଉଭୟ କଂଗ୍ରେସ ଏବଂ ଭାଜପା ସମାଲୋଚନା କରିଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦଳର ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଡି.ଜି. ପୋଲିସଙ୍କ ବିରୋଧରେ ଯେଉଁ ତଦନ୍ତ ଚଳାନ୍ତି ତାହା କେବଳ ଲୋକଦେଖାଣିଆ । ସରକାର ଗୋଟିଏ ପଟେ ବରିଷ୍ଠ ଅଭିଯୁକ୍ତ ଅଧିକାରୀଙ୍କୁ ବଞ୍ଚାଇବାକୁ ତଦନ୍ତ ରିପୋର୍ଟକୁ ହଜେଇବେ, ଅନ୍ୟପଟେ ବାହାବା ନେବାପାଇଁ ତଦନ୍ତ କମିଟି ଗଠନର ନିର୍ଦ୍ଦେଶ ଦେବେ। ବି.କେ. ଶର୍ମାଙ୍କ ବିରୋଧରେ ବହୁ ଅଭିଯୋଗ ଅଛି ଦର୍ଶାଇ ତା’ର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଏହା ଏକ ଚାଲ୍‌। ଯଦି ଏହା ମିଛ ତେବେ ପୂର୍ବତନ ଡି.ଜି. ପୋଲିସ ସଞ୍ଜିବ ମାରିକ୍‌ଙ୍କ ବିରୋଧରେ ହୋଇଥିବା ଲୋକପାଳ ରିପୋର୍ଟକୁ ସରକାର ଖୁଲାସା କରନ୍ତୁ। ସାଧାରଣ ପ୍ରଶାସନ ବିଭାଗରେ କିଏ ମାରିକଙ୍କ ଲୋକପାଳ ରିପୋର୍ଟକୁ ଗାଏବ କରିଛି ସରକାର ତା’ର ଉତ୍ତର ରଖନ୍ତୁ। ୧୧ବର୍ଷ ହେଲା ମାରିକ୍‌ଙ୍କ ବିରୋଧରେ ହୋଇଥିବା ଲୋକପାଳ ତଦନ୍ତ କମିଶନ ରିପୋର୍ଟ ସରକାରଙ୍କ ପାଖରେ ନାହିଁ, ଏହା ରାଜ୍ୟପାଳଙ୍କ ପାଖରେ ଅଛି ବୋଲି କୁହାଯାଉଛି। ମାତ୍ର ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ଚିଠି ନଂ. ୧୧୫୮୨ରେ ସ୍ପଷ୍ଟ ଉଲ୍ଲେଖ ଅଛି ୨୦୦୮ ଏପ୍ରିଲ ୫ରେ ଲୋକପାଳ ରିପୋର୍ଟ ସରକାରଙ୍କୁ ଦିଆଯାଇଛି। ଯଦି ସତ୍‌ସାହସ ଅଛି ତେବେ ଉକ୍ତ ରିପୋର୍ଟର ଖୁଲାସା କରାଯାଉ ବୋଲି ସତ୍ୟପ୍ରକାଶ ଅଭିଯୋଗ କରିଛନ୍ତି।
ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ଯେତେବେଳେ ସରକାର ତାଙ୍କୁ ନିଯୁକ୍ତି ଦେଲେ ତାଙ୍କ କାର୍ଯ୍ୟକଳାପ କ’ଣ ଜାଣି ନ ଥିଲେ। ଯଦି ଜାଣି ନ ଥିଲେ ତେବେ ସେଥିପାଇଁ ସରକାର ଦାୟୀ। ରାତିଅଧିଆ ବାହାର କରି ଫୋପାଡି ଦେବା କେତେ ଯୁକ୍ତିଯୁକ୍ତ। ଡିଜିପିମାନଙ୍କୁ ସରକାର କଣ୍ଢେଇ ପରି ବ୍ୟବହାର କରୁଛନ୍ତି। ଯେତେବେଳେ ଯାହାକୁ ଚାହୁଁଛନ୍ତି କିକ୍‌ ମାରି କାଢୁଛନ୍ତି। ଏହା ନୂଆ କଥାନୁହେଁ ବୋଲି ତାରା କହିଛନ୍ତି। ଭାଜପାର ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସରକାର କୌଣସି ଅଫିସରଙ୍କ ଉପରେ ଭରସା ରଖିପାରୁ ନାହାନ୍ତି। ଅଫିସରଙ୍କୁ ନିଜ ମୁତାବକ ଚଳାଇବାକୁ ଚାହୁଁଛନ୍ତି। ଯିଏ ଚଳିପାରୁ ନାହିଁ ତାକୁ ପରିବର୍ତ୍ତନ କରୁଛନ୍ତି ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri