ଡିଜିଟାଲ ପ୍ଲାଟ୍‌ଫର୍ମରେ ‘ଅଂଗ୍ରେଜୀ ମିଡିୟମ’

ମୁମ୍ବାଇ: ଇର୍‌ଫାନ ଖାନ୍‌ଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’ ରିଲିଜ ପୂର୍ବରୁ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଜରିଆରେ ଦୀର୍ଘ ସମୟ ପରେ ଇର୍‌ଫାନ୍‌ ବଡ଼ ପରଦାକୁ କମ୍‌ ବ୍ୟାକ୍‌ କରିଥିଲେ। ହେଲେ ଫିଲ୍ମ ରିଲିଜ ହେବାର ଠିକ୍‌ ପରଦିନ କରୋନା ଯୋଗୁ ଦେଶର ସମସ୍ତ ସିନେମା ହଲ୍‌ଗୁଡ଼ିକୁ ବନ୍ଦକରି ଦିଆଗଲା। ଫଳରେ ଲୋକମାନେ ଫିଲ୍ମ ଦେଖିବାକୁ ଯାଇପାରି ନ ଥିଲେ। ତେବେ ସେହି ନିରାଶ ଫ୍ୟାନ୍‌ମାନଙ୍କ ପାଇଁ ଖୁସିଖବର। ବର୍ତ୍ତମାନ ଡିଜିଟାଲ ପ୍ଲାଟଫର୍ମରେ ଏହି ଫିଲ୍ମ ରିଲିଜ ହୋଇଛି। ଇର୍‌ଫାନ ଏନେଇ ନିଜେ ଘୋଷଣା କରିଛନ୍ତି। ସେ ଟୁଇଟ କରି ଲୋକଙ୍କୁ କହିଛନ୍ତି ଯେ, ବାପା ଏବଂ ଝିଅ ମଧ୍ୟରେ ଥିବା ସୁନ୍ଦର ସମ୍ପର୍କକୁ ନେଇ ଏହି ମୁଭି କରାଯାଇଛି। ଦର୍ଶକ ଏବେ ହଟ୍‌ଷ୍ଟାର ଭିଆଇପିରେ ଏହି ଫିଲ୍ମର ମଜା ନେଇ ପାରିବେ।

Share