ଡିଜିଟାଲ ଅର୍ଥ ବ୍ୟବସ୍ଥା,ଷ୍ଟାର୍ଟଅପ୍‌ ପ୍ରତିନିଧିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

 

ନୂଆଦିଲ୍ଲୀ,୧୭-୧୨: ସାଧାରଣ ବଜେଟ ୨୦୨୦-୨୧ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ରାକ୍‌ ବଜେଟ ପରାମର୍ଶ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ଡିଜିଟାଲ ଅର୍ଥ ବ୍ୟବସ୍ଥା, ଷ୍ଟାର୍ଟଅପ୍‌ ଏବଂ ଫିନଟେକ ପ୍ରତିନିଧିଙ୍କୁ ଭେଟିଛନ୍ତି। ବୈଠକରେ ମୁଖ୍ୟତଃ ଡାଟା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଡାଟା ବିଶ୍ୱସନୀୟତା ଉନ୍ନତିକରଣ ଉପରେ ସରକାର ଏବେ ଫୋକସ ରଖିଥିବା ସୀତାରାମନ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି। ବିଗ୍‌ ଡାଟା ପ୍ରଯୁକ୍ତି, ବୃହତ୍ତ ଡାଟା ତଥ୍ୟର ବିଶ୍ଲେଷଣ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଲାଗି ବିଗ୍‌ଡାଟା ପ୍ରଯୁକ୍ତିର ପ୍ରୟୋଗ, ଜନସାଧାରଣଙ୍କ ଅଭିଯୋଗର ସମାଧାନ ଲାଗି ବିଗ୍‌ ଡାଟା ପ୍ରଯୁକ୍ତିର ପ୍ରୟୋଗ ଭଳିି ପ୍ରସଙ୍ଗ ବୈଠକରେ ସ୍ଥାନିତ ହୋଇଥିଲା। ସେହିଭଳି ଡିଜିଟାଲ ଭିତ୍ତିଭୂମି, ସରକାରଙ୍କ ଭୂମିକା, ଗୋପନୀୟତା ଉପରେ ଗୁରୁତ୍ୱାରୋପ କରୁଥିବା ଡିଜିଟାଲ ଅର୍ଥ ବ୍ୟବସ୍ଥାର ନିୟନ୍ତ୍ରଣ, ଆର୍ଥତ୍କ ନିୟାମକ, ଷ୍ଟାର୍ଟ ଅପ୍‌ଗୁଡିକ ଲାଗି ବ୍ୟବସାୟିକ ସୁଗମତା, ଡିଜିଟାଲ ଇଣ୍ଡିଆ ଲାଗି ଭିତ୍ତିଭୂମି ଅସୁବିଧା ଦୂରୀକରଣ, ଟିକସ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।
ଡାଟା ସେଣ୍ଟର ପ୍ରତିଷ୍ଠା ଲାଗି ପ୍ରୋତ୍ସାହନ, ଡାଟା କ୍ଷେତ୍ରୀୟକରଣ ଲାଗି ଆର୍ଥତ୍କ ପ୍ରୋତ୍ସାହନ, ଗ୍ରାମାଞ୍ଚଳରେ ଡିଜିଟାଲର ପ୍ରସାରରେ ସହାୟତା, ଷ୍ଟାର୍ଟଅପଗୁଡିକୁ କର୍ପୋରେଟ ଗ୍ୟାରେଣ୍ଟି, ମ୍ୟାଟ ଟିକସ ଦରକୁ ଯୁକ୍ତି ସଙ୍ଗତ କରିବା, ଷ୍ଟାର୍ଟ ଅପ୍‌ ଲାଗି ଟିକସ ଛାଡ, ସୀମାପାର ଆର୍ଥତ୍କ ଅପରାଧ ନିୟନ୍ତ୍ରଣ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା, ମହିଳାଙ୍କ ନିଯୁକ୍ତି ବୃଦ୍ଧି, ଗବେଷଣା ଏବଂ ବିକାଶ ଲାଗି ଆର୍ଥତ୍କ ପ୍ରୋତ୍ସାହନ ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଛି। ଡିଜିଟାଲ ଅର୍ଥ ବ୍ୟବସ୍ଥା, ଫିନଟେକ ଏବଂ ଷ୍ଟାର୍ଟଅପ କ୍ଷେତ୍ରର ପ୍ରତିନିଧି ମାନେ ସେମାନଙ୍କ ମତାମତ ଏଠାରେ ପ୍ରଦାନ କରିଛନ୍ତି। ସେମାନେ ବିଭିନ୍ନ ସମସ୍ୟାର ସମାଧାନକୁ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ। ଷ୍ଟାର୍ଟଅପ୍‌ଗୁଡିକୁ ଟିକସ ପ୍ରୋତ୍ସାହନ କ୍ଷେତ୍ରରେ ସରକାର ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ ବୋଲି ପ୍ରତିନିଧି ମାନେ ମତ ରଖିଛନ୍ତି।ସ୍ପେଶାଲ ଇକୋନୋମିକ ଜୋନଗୁଡିକରେ କାର୍ଯ୍ୟକରୁଥିବା ସର୍ଭିସସ କମ୍ପାନୀଗୁଡିକ ଲାଗି କର୍ପୋରେଟ ଟିକସ ହ୍ରାସ କରାଯିବା ସହ ଏହାକୁ ୧୫% କରିବା ନେଇ ଆଇଟି ଶିଳ୍ପ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri