‘ଡିଜିଟାଲର ପରବର୍ତ୍ତୀ ଯୁଗରେ ତିଷ୍ଠି ରହିବାକୁ ପୁନଃ ଆବିଷ୍କାର ଆବଶ୍ୟକ’

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ)- ସାରା ଦୁନିଆ ଏବେ ଡିଜିଟାଲ୍‌ରୁ ଡିଜିଟାଲ୍‌ ପରବର୍ତ୍ତୀ ଯୁଗ ଆଡ଼କୁ ଗତି କରୁଛି। ଆଧୁନିକ ଓ ଅଭିନବ ପ୍ରଯୁକ୍ତି ଆମର ପରୀକ୍ଷା ନେବ। ଆମ ପାଇଁ ନୂଆ ଓ ଜଟିଳ ଆହ୍ବାନ ସୃଷ୍ଟି କରିବ। ପ୍ରଯୁକ୍ତିର ଅଦ୍ଭ୍ୟୁଦୟ ସହିତ ସେହି ଯୁଗରେ ତିଷ୍ଠି ରହିବା ଲାଗି ଆମକୁ ଏବେ ପୁନଃ ଆବିଷ୍କାର କରିବାକୁ ହେବ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌) ସମ୍ବଲପୁର ପକ୍ଷରୁ ଭୁବନେଶ୍ୱରଠାରେ ଶନିବାର ଆରମ୍ଭ ହୋଇଥିବା ୧୩ତମ ଆଇଏସ୍‌ଡିଏସ୍‌ଆଇ ସମ୍ମିଳନୀରେ ପ୍ରଫେସର ମହାଦେଓ ଜୈସ୍‌ଓ୍ବାଲ ଏହି ଆହ୍ବାନ ଦେଇଛନ୍ତି।

ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ବିଷୟ ବସ୍ତୁ ରହିଛି ‘ଡିଜିଟାଲ ପରବର୍ତ୍ତୀ ଯୁଗରେ ଶିଳ୍ପ ପରିବର୍ତ୍ତନର ପରିଚାଳନା’। ଆଇଆଇଏମ୍‌ ସମ୍ବଲପୁରର ନିର୍ଦ୍ଦେଶକ ତଥା ଆଇଏସ୍‌ଡିଏସ୍‌ଆଇ ସଭାପତି ପ୍ରଫେସର ଜୈସ୍‌ୱାଲ ଯୋଗଦେଇ କହିଛନ୍ତି ଯେ, ଆଇଆଇଏମ୍‌ ସମ୍ବଲପୁରର ଗବେଷଣା ୩ ଡି’ (ଡିଜିଟାଲାଇଜେଶନ, ଡି-କାର୍ବନାଇଜେଶନ ଓ ବ୍ୟବସାୟର ଡେମୋକ୍ରାଟାଇଜେଶନ) ଉପରେ ପର୍ଯ୍ୟବସିତ। ଏହି ସମ୍ମିଳନୀ ଶିଳ୍ପକୁ ବର୍ତ୍ତମାନ ଏବଂ ଭବିଷ୍ୟତର ବିକାଶ ଉପରେ ଅପ୍‌ଡେଟ୍‌ ରଖିବ ଏବଂ ଆମେ ପ୍ରବେଶ କରିବାକୁ ଯାଉଥିବା ଗୁରୁତ୍ୱପୂର୍ଣ୍ଣ ସମୟକୁ ନେଇ ସମସ୍ତ ଅଂଶୀଦାରଙ୍କୁ ପ୍ରସ୍ତୁତ କରିବାରେ ସହାୟକ ହେବ। ଡିଜିଟାଲ ପରବର୍ତ୍ତୀ ଯୁଗରେ କ୍ୱାଣ୍ଟମ୍‌ କମ୍ପ୍ୟୁଟିଂ, ବ୍ଲକ୍‌ ଚେନ୍‌ ସିଷ୍ଟମ୍‌ ଓ ବିଟ୍‌ କଏନ୍‌ ମୁଦ୍ରା ଦେଖିବାକୁ ମିଳିବ। ଏସବୁ ଶିଳ୍ପ ସମେତ ପରିଚାଳନା ଏବଂ ପ୍ରଶାସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ। ତେଣୁ ଡିଜିଟାଲ ପରବର୍ତ୍ତୀ ଯୁଗରେ ପ୍ରାସଙ୍ଗିକତା ରହିବା ପାଇଁ ବିଶ୍ୱବିଦ୍ୟାଳୟ, ମ୍ୟାନେଜ୍‌ମେଣ୍ଟ ଅନୁଷ୍ଠାନ ଏବଂ ଶିଳ୍ପକୁ ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗି ନିଜକୁ ବ୍ୟବସ୍ଥିତ କରିବାକୁ ପଡ଼ିବ ବୋଲି ପ୍ରଫେସର ଜୈସୱାଲ ଗୁରୁତ୍ୱାରୋପ କରିଛନ୍ତି। ଉଦ୍‌ଘାଟନୀ ସଭାରେ ୟୁଏସ୍‌ଏ ଡିସିଶନ ସାଇନ୍ସ ଇନଷ୍ଟିଚ୍ୟୁଟ୍‌ର ସଭାପତି ପ୍ରଫେସର ବିଜୟ ଆର. କନନ, ବିଡବ୍ଲ୍ୟୁ ବିଜନେସ ୱାର୍ଲଡ ଅଧ୍ୟକ୍ଷ ଓ ମୁଖ୍ୟ ସମ୍ପାଦକ ଅନୁରାଗ ବାତ୍ରା, ଆଇଆଇଏମ୍‌ ତ୍ରିଚିର ନିର୍ଦ୍ଦେଶକ ପ୍ରଫେସର ଭିମରାୟ ମେତ୍ରୀ ପ୍ରମୁଖ ଯୋଗଦେଇଥିଲେ। ଏହି ସମ୍ମିଳନୀରେ ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍‌, ୟୁରୋପ, ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକାର ୩୦୦ରୁ ଅଧିକ ପ୍ରଫେସର, ସ୍କଲାର୍‌ ଓ ଶିଳ୍ପ ପ୍ରବନ୍ଧକ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri