Categories: ଜାତୀୟ

ଡିକେ.ଶିବ କୁମାରଙ୍କୁ ଜେଲରେ ଭେଟିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୩।୧୦: ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବାକଂଗ୍ରେସ ନେତା ଡିକେ. ଶିବ କୁମାରଙ୍କୁ ବୁଧବାର ତିହାର ଜେଲ୍‌ରେ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେଠାରେ ସେ ଶିବକୁମାରଙ୍କୁ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ତାଙ୍କ ସହ କଂଗ୍ରେସର କିଛି ନେତା ମଧ୍ୟ ଶିବକୁମାରଙ୍କୁ ଭେଟିଛନ୍ତି। ସୂଚନାଯୋଗ୍ୟ, ଗତକିଛିଦିନ ତଳେ କଂଗ୍ରେସ ନେତା ଅହମଦ ପଟେଲ ଏବଂ ଆନନ୍ଦ ଶର୍ମା ମଧ୍ୟ ଶିବ କୁମାରଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ, ଅର୍ଥ ହେରଫେର ମାମଲାରେ କର୍ନାଟକର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି।

Share