ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ କହିଲେ ବଳାତ୍କାର ପରେ ଜନ୍ମ ନେଇଥିବା ଯୁବତୀ

ଓ୍ବାଶିଂଟନ,୬।୮: ବଳାତ୍କାର ପରେ ଜନ୍ମ ନେଇଥିବା ଜଣେ ସନ୍ତାନ ଏବେ ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ ଚାହୁଁଛନ୍ତି। ସତରେ ଯଦି ଏକା କରାଯାଏ ତେବେ ବଳାତ୍କାର ପୀଡିତାଙ୍କ ଅଭିଯୋଗ ବିନା ପ୍ରଥମ କରି ଜଣେ ବଳାତ୍କାରୀ ଦଣ୍ଡ ପାଇବ ବୋଲି କୁହାଯାଉଛି। ଯୁବତୀଙ୍କ କହିବା କଥା ହେଲା ଯେତେବେଳେ ତାଙ୍କ ମା’ ନାବାଳିକା ଥିଲେ ସେତେବେଳେ ସେ ଜଣେ ପାରିବାରିକ ବନ୍ଧୁଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିଲେ ଆଉ ତା’ପରେ ଯୁବତୀ ଜଣଙ୍କ ଜନ୍ମ ନେଇଥିଲେ। ଜନ୍ମର ପ୍ରାୟ ୭ ମାସ ପରେ ତାଙ୍କୁ ଗୋଟିଏ ପରିବାର ପାଳିତା କନ୍ୟା ଭାବେ ଗ୍ରହଣ କରିଥିଲେ। ବର୍ମିଂହାମରେ ରହୁଥିବା ଏହି ଯୁବତୀ ଜଣଙ୍କ କହିଛନ୍ତି ଯେତେବେଳେ ସେ ୧୮ ବର୍ଷର ହୋଇଥିଲେ ସେତେବେଳେ ସେ ଜାଣିବାକୁ ପାଇଥିଲେ କି ତାଙ୍କ ମା’ଙ୍କୁ ବଳାତ୍କାର କରାଯିବା ପରେ ତାଙ୍କର ଜନ୍ମ ହୋଇଛି। ଏହାପରେ ସେ ସୋସିଆଲ ସର୍ଭିସ ରେକର୍ଡ ଆଧାରରେ ତାଙ୍କ ମା’ଙ୍କୁ ଖୋଜି ପାଇଥିଲେ। ଯେଉଁଥିରେ ପ୍ରାୟ ୭ଟି ଜାଗାରେ ତାଙ୍କ ମା’ଙ୍କ ସହ ବଳାତ୍କାର ହୋଇଥିବା ରେକର୍ଡ ରହିଛି। ଏବେ ସେ ତାଙ୍କ ମା’ଙ୍କ ସହାୟତାରେ ବଳାତ୍କାରୀ ପିତାଙ୍କୁ ଦଣ୍ଡ ଦେବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ହେଲେ ପୋଲିସର କହିବା କଥା ହେଲା ଏହା ଆଇନ ବିରୋଧ କାରଣ ଏଥିରେ ଯୁବତୀ ଜଣଙ୍କ ପୀଡିତା ନୁହଁନ୍ତି ଆଉ ଯେ ପୀଡିତା ତାଙ୍କର କୌଣସି ଅଭିଯୋଗ ନାହିଁ।

Share