ଡିଏନ୍‌ଏରୁ ଜଣାପଡ଼ିବ ଭବିଷ୍ୟତରେ ଶିଶୁ ଡାକ୍ତର ଅବା ହେବ ଇଞ୍ଜିନିୟର…

ଭବିଷ୍ୟତରେ ଶିଶୁ କେଉଁ ପେଶାରେ ରହିବ ତାହା ଡିଏନ୍‌ଏରୁ ଜଣାପଡ଼ିବ। ଶିଶୁ ଡାକ୍ତର, ଇଞ୍ଜିନିୟର, କଳାକାର ଅବା ସାଧାରଣ କାର୍ଯ୍ୟ କରିବ ତାହା ଗୁଣସୁତ୍ରରେ ଥିବା ଡିଏନ୍‌ଏରୁ ସହଜରେ ଆକଳନ କରାଯାଇପାରିବ ବୋଲି ଗବେଷକ କହିଛନ୍ତି। ଏନେଇ ଚାଇନା ସମେତ ଅନ୍ୟ କେତେକ ବିକଶିତ ଦେଶରେ ଜେନେଟିକ୍‌ ଟେଷ୍ଟିଂ ଜ୍ଞାନକୌଶଳ ଉପରେ ଗବେଷଣା ଜାରି ରହିଛି। ୨୦୧୮ରେ ଚାଇନାରେ ଏହି ଜ୍ଞାନକୌଶଳ ଯୋଗୁ ୪.୧ କୋଟି ଡଲାରର କାରବାର ହୋଇଥିଲା। ୨୦୨୫ ବେଳକୁ ଏହା ପ୍ରାୟ ତିନିଗୁଣା ବୃଦ୍ଧି ପାଇ ୧୩.୫ କୋଟି ଡଲାରରେ ପହଞ୍ଚିବାର ଆକଳନ କରାଯାଇଛି। ଚାଇନାରେ ପ୍ରତିବର୍ଷ ଦେଢ଼ କୋଟି ଶିଶୁ ଜନ୍ମ ନେଇଥାନ୍ତି। ଅଭିଭାବକମାନେ ଶିଶୁ ଭବିଷ୍ୟତରେ କେଉଁ ପେଶା ପ୍ରତି ଆକୃଷ୍ଟ ହେବ ତାହା ଜାଣିବାକୁ ଚାହୁଁଛନ୍ତି। ଏହାକୁ କେତେକ ଜାତକ ବିଚାର କହୁଥିବାବେଳେ କମ୍ପାନୀଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ, ଏଭଳି ଆକଳନ ଡିଏନ୍‌ଏ ଉପରେ ଆଧାରିତ। ତେବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଆନୁବଂଶିକ ଓ୍ବିଙ୍ଗ୍‌ ଏବଂ ଡାଟା ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଗିଲ୍‌ ମେକଓ୍ବନ୍‌ଙ୍କ ଅନୁସାରେ ଶିଶୁର ଏଭଳି ଭବିଷ୍ୟତ ସଠିକ୍‌ ଭାବେ ଡିଏନ୍‌ଏ ପରୀକ୍ଷଣରୁ ଜଣାପଡ଼ିବା ଦାବି ଶତ ପ୍ରତିଶତ ନୁହେଁ। ଶିଶୁର କେତେକ ନିର୍ଦ୍ଦିଷ୍ଟ ଆଚାର ବ୍ୟବହାର ସମ୍ପର୍କରେ ଡିଏନ୍‌ଏ ପରୀକ୍ଷଣରୁ ଜଣାପଡ଼ିଥାଏ। ମାତ୍ର ଜିନ୍‌ ଡିସକଭରି କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ବ୍ୟକ୍ତିର ସମସ୍ତ ଚାଲିଚଳଣ ଆନୁବଂଶିକ ଗୁଣର ବାହକ। ତେଣୁ ଏଭଳି ପରୀକ୍ଷଣ ଦ୍ୱାରା ଭବିଷ୍ୟତ ପେଶା ସମ୍ପର୍କରେ ତଥ୍ୟ ବହୁ ପୂର୍ବରୁ ଜଣାପଡ଼ିବ। ଗ୍ଲୋବାଲ୍‌ ମାର୍କେଟ୍‌ ଇନସାଇଟ୍‌ ଅନୁସାରେ ଏଭଳି ପରୀକ୍ଷଣ ଦ୍ୱାରା ଅଗାମୀ ଦିନରେ ଭଲ କାରବାର ହୋଇପାରିବ। ୨୦୨୨ ସୁଦ୍ଧା ଏହି କ୍ଷେତ୍ରରେ ସାରା ପୃଥିବୀରେ ୪୦ କୋଟି ଡଲାରରୁ ଅଧିକ କାରବାର ହେବାର ଆଶା ରହିଛି। ଏହି ସମୟରେ ଚାଇନାର ୬ କୋଟି ଡଲାରର କାରବାର ହେବାର ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri