Categories: ଜାତୀୟ

ଡାହାଣୀ ଭୟରେ ପ୍ରସୂତିଙ୍କ ମୃତଦେହ ଉଠାଇଲେନି ପୁରୁଷ: ଶ୍ମଶାନକୁ ବୋହି ନେଲେ ମହିଳା

କାଙ୍କେର,୨୦।୧୦: ଅନ୍ଧବିଶ୍ୱାସ ଯୋଗୁ ଛତିଶଗଡ଼ରେ ଜଣେ ପ୍ରସୂତିଙ୍କ ମୃତ ଦେହ ଉଠାଇବାକୁ ପୁରୁଷ ଆସିଲେନି। ପ୍ରସୂତିଙ୍କ ମୃତଦେହ ଉଠାଇଲେ ଭୂତ ହଇରାଣ କରିବାର ଆଶଙ୍କାଥିବାରୁ ପୁରୁଷ ଏଭଳି କରିଛନ୍ତି। ତେବେ ପ୍ରସୂତିଙ୍କ ମୃତଦେହକୁ ସ୍ଥାନୀୟ ମହିଳାମାନେ ସଂସ୍କାର ପାଇଁ ଶ୍ମଶାନକୁ ବୋହି ନେଇଛନ୍ତି। କାଙ୍କେର ଅଞ୍ଚଳର ତୁମସନାର୍‌ ଗାଁରେ ଏଭଳି ଘଟିଛି। ଗାଁର ସୁକମୋତିନ୍‌ କାଙ୍ଗେ ଏକ ଶିଶୁକୁ ପ୍ରସବ କରିବାର କିଛି ସମୟ ପରେ ନବଜାତକର ମୃତ୍ୟୁ ଘଟିଥିଲା। ଏହା ଜାଣିବାର ଅଧଘଣ୍ଟା ମଧ୍ୟରେ ଦୁଃଖରେ ସୁକମୋତିନ୍‌ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ପ୍ରସୂତି ଡାହାଣୀ ପାଲଟି ଯାଉଥିବା ସ୍ଥାନୀୟ ଅଞ୍ଚଳରେ ଅନ୍ଧବିଶ୍ୱାସ ରହିଛି। ତେଣୁ ତାଙ୍କ ମୃତଦେହକୁ ଶଶ୍ମାନକୁ ନେବାକୁ କୌଣସି ପୁରୁଷ ଆସି ନ ଥିଲେ। ମାତ୍ର ଗାଁର ମହିଳାମାନେ ଅଣ୍ଟା ଭିଡ଼ିଥିଲେ। ସେମାନେ  ସୁକମୋତିନ୍‌ଙ୍କ ମୃତ ଦେହକୁ ଶ୍ମଶାନକୁ ନେଇ ଅନ୍ତିମ ସଂସ୍କାର କରାଇଥିଲେ। ଏହାର ଭିଡ଼ିଓ ଏବଂ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share