ଡାବୁଗାଁ-କୋଡ଼ିଙ୍ଗା ରାସ୍ତା ମରଣଯନ୍ତା

ପାପଡାହାଣ୍ଡି, ୨୬।୫(ଡି.ଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ହାତୀବେଢା ପଞ୍ଚାୟତ ଦେଇଯାଇଥିବା ଗ୍ରାମ୍ୟ ଉନୟନ ବିଭାଗର ଡାବୁଗାଁ ଠାରୁ କୋଡ଼ିଙ୍ଗା ରାସ୍ତା ଦୀର୍ଘ ଦିନ ହେଲା ମରାମତି ଅଭାବରୁ ଏବେ ମରଣଯନ୍ତା ପାଲଟିଛି । ଦୀର୍ଘ ୧୩ କିମି ରାସ୍ତା ଖାଲ ଖମାରେ ଭରି ଯାଇଥିବାରୁ ଯାତାୟାତ କରିବା କଷ୍ଟକର ହୋଇପଡୁଛି। ରାସ୍ତା ଖରାପ ଯୋଗୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଶୀଘ୍ର ଏହାର ମରାମତି ଲାଗି ଜନସାଧାରଣ ଦାବି କରିଛନ୍ତି। ପାପଡାହାଣ୍ଡି ବ୍ଲକର ଚେରଚେଟା, ହାତୀବେଢା, ଡଙ୍ଗରା ଓ ଖୁଟୁବାଇ ପଞ୍ଚାୟତର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହି ରାସ୍ତା ସ୍ଥାନୀୟ ଅଧିବାସୀମାନଙ୍କର ଜୀବନ ଧାରଣ ତଥା ବ୍ୟବସାୟର ମାର୍ଗ । ବହୁଦିନ ତଳେ ଏହି ରାସ୍ତା ନିର୍ମାଣ ହୋଇଥିଲା କିନ୍ତୁ ମରାମତି କରାଯାଉନଥିବାରୁ ରାସ୍ତା ସାରା ଖାଲ ଖମା ହୋଇପଡିଛି । ୧୩ କିମି ରାସ୍ତା ଯିବାକୁ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଛି। ରାସ୍ତା ଖାଲରେ ପୋତି ହୋଇଯାଇଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ରାସ୍ତା ଖରାପ ଲାଗି ପଞ୍ଚାୟତ ଅଧୀନରେ ଥିବା ଗ୍ରାମ ଗୁଡିକରେ ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହେଉଛି । ଆଗକୁ ବର୍ଷା ଦିନ ଆସୁଥିବାରୁ ରାସ୍ତା ମରାମତି କରା ନ ଗଲେ ଲୋକଙ୍କ ସମସ୍ୟା ଆହୁରି ବଢିବ। ଶୀଘ୍ର ରାସ୍ତା ମରାମତି ଲାଗି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri