Categories: ଜାତୀୟ

ଡାଟା ସୁରକ୍ଷା ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, ୫ା୧୨: ବହୁ ପ୍ରତୀକ୍ଷିତ ଡାଟା ସୁରକ୍ଷା ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଚଳିତ ଶୀତ ଅଧିବେଶନରେ ଏହାକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯିବ। ଡାଟା ସୁରକ୍ଷା ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହାକୁ ସରକାର ଧ୍ୟାନରେ ରଖିଥିବା ଜଙ୍ଗଲ ଏବଂ ପରିବେଶ ବିଭାଗ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଲୋକଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ ଲାଗି ସରକାର ଏଭଳି ପଦକ୍ଷେପ ନେଇଥିବା ସେ ମତ ଦେଇଛନ୍ତି। ବର୍ତ୍ତମାନ ଏହାର ଚୂଡାନ୍ତ ଡ୍ରାଫ୍ଟକୁ ଅଂଶୀଦାରଙ୍କ ମତାମତ ଲାଗି ଦିଆଯାଇ ନାହିଁ। ସଂସଦର ଅନୁମୋଦନ ଲାଭ କରିବା ପରେ ବିଭିନ୍ନ କ୍ଷେତ୍ରର ଡାଟା ନିୟମ କାର୍ଯ୍ୟକାରୀ ହେବ। ଡାଟାର ଅପବ୍ୟବହାର କ୍ଷେତ୍ରରେ ଜେଲ ଦଣ୍ଡ ଏବଂ ୧୫ କୋଟି ପର୍ଯ୍ୟନ୍ତ ଜରିମାନା ପ୍ରଦାନ ନେଇ ଏଥିରେ ପ୍ରସ୍ତାବ ରହିଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Share