Categories: ଜାତୀୟ

ଡାକ୍ତରଙ୍କ ଉପରକୁ ହାତ ଉଠାଇଲେ ୧୦ ବର୍ଷ ଜେଲ, ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା

ନୂଆଦିଲ୍ଲୀ,୩।୯: ଏଣିକି କାର୍ଯ୍ୟରତ ଡାକ୍ତରଙ୍କ ଉପରକୁ ହାତ ଉଠାଇଲେ ୧୦ ବର୍ଷ ଜେଲ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଡାକ୍ତରଙ୍କ ପାଇଁ ଏକ ବିଲ୍‌ ଆଣିଛନ୍ତି। ଏହି ବିଲ୍‌ ମୁତାବକ, ଡାକ୍ତରଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ସହ ୨ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଭରିବାକୁ ପଡିବ। ସେହିପରି ଡାକ୍ତରଖାନାରେ କୌଣସି ଗଣ୍ଡଗୋଳ କିମ୍ବା ସେଠାକାର ଜିନିଷ ଭାଙ୍ଗିଲେ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।

Share