ଡାକ୍ତରଙ୍କୁ ଭଗବାନଙ୍କ ଦୂତ କହିଲେ ଅମିତାଭ ବଚ୍ଚନ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଡାକ୍ତରଙ୍କୁ ଭଗବାନଙ୍କ ଦୂତ ବୋଲି କହିଛନ୍ତି। ଡାକ୍ତରମାନେ ଷ୍ଟେଥୋସ୍କୋପ୍‌ ପକାଇସାରିଲା ପରେ ସ୍ବର୍ଗରୁ ଆସିଥିବା ଦୂତ ଭଳି କାମ କରନ୍ତି। ନିଜ ସ୍ବାସ୍ଥ୍ୟ ବିଷୟରେ ଫ୍ୟାନ୍‌ଙ୍କୁ ସୂଚନା ଦେବାକୁ ଯାଇ ସେ ଏହା କହିଛନ୍ତି। ନିକଟରେ ରୁଟିନ୍‌ ଚେକ୍‌ ଅପ୍‌ ପାଇଁ ନାନାବତୀ ହସ୍ପିଟାଲକୁ ଯାଇଥିବାବେଳେ ଅମିତାଭଙ୍କୁ ଡାକ୍ତରମାନେ ଓ୍ବାର୍ଡରେ ଭର୍ତ୍ତି କରିଥିଲେ। ଲିଭର ସମସ୍ୟା ଥିବାରୁ ତାଙ୍କୁ ୩ ଦିନ ହସ୍ପିଟାଲରେ ରଖାଯାଇଥିଲା। ଏନେଇ ସେ କହିଛନ୍ତି, ମୋତେ କିଛି ଇଞ୍ଜେକସନ୍‌ ଦିଆଯାଇଥିଲା ଏବଂ ଅନେକ ନିୟମ ପାଳନ ପାଇଁ ଡାକ୍ତରମାନେ ପାଳନ କରିବାକୁ କହିଛନ୍ତି। କିଛି ଦିନକାମରୁ ଅବ୍ୟାହତି ନେଇ ବିଶ୍ରାମ ନେବାକୁ ସେମାନେ ପରାମର୍ଶ ଦେଇଛନ୍ତି ବୋଲି ଅମିତାଭ କହିଛନ୍ତି। ସୂଚନାଯୋଗ୍ୟ, ବଲିଉଡ୍‌ ଅମିତାଭ ୫୦ ବର୍ଷ ର୍ପୂରଣ କରିବା ଅବସରରେ ନିଜ ଫ୍ୟାନ୍‌ମାନଙ୍କ ସହ ନିଜ ହୃଦୟର କଥା ଶେୟାର କରିଥିଲେ।

Share