ଡାଏବେଟିସ୍‌ ରୋଗୀଙ୍କ ପାଇଁ କନ୍ଦମୂଳ ବେଶ୍‌ ଲାଭପ୍ରଦ

କନ୍ଦମୂଳ ସେବନ ଶରୀର ପାଇଁ ବେଶ୍‌ ଲାଭଦାୟକ। କନ୍ଦମୂଳରେ ଫାଇବର୍‌, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଏବଂ ଅନେକ ପୋଷକ ତତ୍ତ୍ୱ ଥାଏ, ଯାହା ଶରୀରକୁ ଗମ୍ଭୀର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ।
ଡାଏବେଟିସ୍‌: ଯଦି ଆପଣ ଡାଏବେଟିସ୍‌ରେ ପୀଡ଼ିତ, ତେବେ କନ୍ଦମୂଳର ସେବନ ଲାଭପ୍ରଦ ରହିବ। ଏଥିରେ ଲୋକାର୍ବୋହାଇଡ୍ରେଟ୍‌ ଥାଏ, ଯାହା ରକ୍ତରେ ଶର୍କରା ପରିମାଣକୁ ବୃଦ୍ଧି ହେବାକୁ ଦେଇ ନ ଥାଏ।
ଆଜ୍‌ମା: ନାକ, ଶ୍ୱାସନଳୀ ଏବଂ ଫୁସ୍‌ଫୁସ୍‌ରେ କଫ ଜମିବା ଫଳରେ ଆଜ୍‌ମା ରୋଗୀଙ୍କୁ ଅନେକ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ପରିସ୍ଥିତିରେ ଦୈନନ୍ଦିନ ଗୋଟିଏ କନ୍ଦମୂଳ ସିଝାଇ ଖାଇବା ଦ୍ୱାରା ସମସ୍ୟା ଦୂର ହୋଇଥାଏ ଏବଂ ଆଜ୍‌ମା ରୋଗୀଙ୍କୁ ଆରାମ ମିଳିଥାଏ।
ଓଜନ ବୃଦ୍ଧି: କନ୍ଦମୂଳରେ ପ୍ରଚୁର ମାତ୍ରାରେ ଷ୍ଟାର୍ଚ ଥାଏ, ଯାହା ମାଂସପେଶୀକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ କନ୍ଦମୂଳରେ ମହଜୁଦ୍‌ ଭିଟାମିନ୍‌, ଖଣିଜ ଏବଂ ପ୍ରୋଟିନ୍‌ ଓଜନ ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ।
ସୁସ୍ଥ ହୃତ୍‌ପିଣ୍ଡ: ଦୈନନ୍ଦିନ ଗୋଟିଏ କନ୍ଦମୂଳ ସେବନ ଦ୍ୱାରା ହୃଦ୍‌ରୋଜନିତ ବିଭିନ୍ନ ସମ୍ଯଯାରୁ ଉପଶମ ମିଳିଥାଏ। କାରଣ ଏଥିରେ ଥିବା କପର୍‌, ଭିଟାମିନ୍‌ ବି ୬ କୋଲେଷ୍ଟୋରଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। ଯାହା ଦ୍ୱାରା ହୃତ୍‌ପିଣ୍ଡଜନିତ ବିଭିନ୍ନ ସମସ୍ୟା ନିମିଷକେ ଦୂର ହୋଇଥାଏ।
ବ୍ଲଡ୍‌ ସେଲ୍‌ ନିର୍ମାଣ: କନ୍ଦମୂଳରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥାଏ, ଯାହା ନା କେବଳ ଶରୀରକୁ ଶକ୍ତି ଯୋଗାଏ ବରଂ ବ୍ଲଡ୍‌ ସେଲ୍‌ ନିର୍ମାଣରେ ବି ସାହାଯ୍ୟ କରେ। ଏହାର ସେବନ ଦ୍ୱାରା ଶରୀରରେ ଆଇରନ୍‌ ଅଭାବ ଦୂର ହୋଇଥାଏ।
ଫାଇବର୍‌ର ଉତ୍ସ: ଏହା ଫାଇବର୍‌ର ସବୁଠୁ ଉତ୍ତମ ଉତ୍ସତ। ଭିଟାମିନ୍‌, ଆଇରନ୍‌, ପଟାସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ମଧ୍ୟ ଏଥିରେ ଏଥିରେ ପ୍ରଚୁର ମାତ୍ରାରେ ଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।