Categories: ଖେଳ

ଡାଏପର୍‌ ପିନ୍ଧିଥିବା ଶିଶୁର ବ୍ୟାଟିଂ ଷ୍ଟାଇଲ୍‌ ଦେଖି ଆଶ୍ଚର୍ଯ୍ୟ ହେଲେ ପ୍ରସିଦ୍ଧ କ୍ରିକେଟର

ଲଣ୍ଡନ,୧୨।୧୧: ଆଜିକାଲି ଶିଶୁଟିଏ ଜନ୍ମ ହେବାମାତ୍ରେ ତାକୁ ନେଇ ମାତାପିତା ଅନେକ ସ୍ବପ୍ନ ଦେଖିଥାନ୍ତି। ସେଥିପାଇଁ ଛୋଟ ବେଳୁ ଶିଶୁଟିକୁ ଟ୍ରେନିଂ ଦେବା ଆରମ୍ଭ କରିଦେଇଥାନ୍ତି। ଖାସ୍‌ ଭାବେ ଆଜିକାଲି ଅନେକ ମାତାପିତା ପିଲାଙ୍କୁ ଜଣେ ଖେଳାଳି ଭାବେ ଗଢି ତୋଳିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ପିଲାମାନେ ମଧ୍ୟ ଛୋଟ ବେଳୁ ଖେଳିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। ଏଭଳି ଜଣେ କୁନି ଶିଶୁଙ୍କ ଭିଡିଓ ଏବେ ସାରା ବିଶ୍ୱରେ ଭାଇରାଲ ହୋଇଛି। ଭିଡିଓରେ ଶିଶୁଟି ଡାଏପର୍‌ ପିନ୍ଧିଛି ସତ, କିନ୍ତୁ ହାତରେ ବ୍ୟାଟ୍‌ ଧରି ସେ ଯେଉଁ ଶଟ୍‌ ଲଗାଉଛି ତାହା ଦେଖି ବଡ ବଡ କ୍ରିକେଟରମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କେହି କେହି ତାଙ୍କୁ ସଚିନ ତେନ୍ଦୁଲକର ଆଖ୍ୟା ଦେଇଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ ନିଜ ଟୁଇଟରରେ ଏହି ଭିଡିଓକୁ ଶେୟାର କରିଛନ୍ତି। ଭିଡିଓରେ ଶିଶୁଟି ହାତରେ ଗ୍ଲୋଭ୍ସ ପିନ୍ଧି ବ୍ୟାଟିଂ କରୁଛି। କିନ୍ତୁ ତାଙ୍କ ବ୍ୟାଟିଂ ଷ୍ଟାଇଲ୍‌ ଭନ୍‌ଙ୍କୁ ପ୍ରଭାବିତ କରିଛି। ଏକ ଅନ୍ଧାରୁଆ ଘର ଭିତରେ ଶିଶୁଟି ବ୍ୟାଟିଂ କରୁଛି। ତେବେ ଶିଶୁଟି କିଏ ଏବଂ କେଉଁଠିକାର ତାହା ଜଣାପଡିନାହିଁ।

Share