ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁ ଉପକାରୀ…

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗରେ ପୀଡ଼ିତ। ଏହି ରୋଗ ହେଲେ ରକ୍ତରେ ଶର୍କରା ଅଂଶ ବଢ଼ିଯାଇଥାଏ। ଶରୀରରେ ଇନ୍‌ସୁଲିନ ଠିକ୍‌ ଭାବେ କାମ କରି ନ ଥାଏ। ଡାଇବେଟିସ୍‌ ଥିଲେ ରୋଗୀ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ପ୍ରଭାବିତ ହୋଇଥାଏ। ତେଣୁ ସୁଗାର ବା ଶର୍କରାର ସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ମେଥି ବହୁ ଉପକାରୀ। ଶରୀରରେ ଇନ୍‌ସୁଲିନ ତିଆରି କରିବାରେ ମେଥି ପାଣି ବେଶ୍‌ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

ମେଥିପାଣି ପ୍ରସ୍ତୁତ ପ୍ରଣାଳୀ:

ରାତିରେ ୧/୨ ଚାମଚ ମେଥିକୁ ପାଣିରେ ଭିଜାଇ ରଖିଦିଅନ୍ତୁ। ସକାଳୁ ଖାଲିପେଟରେ ଏହି ପାଣିକୁ ଛାଣି ପିଅନ୍ତୁ। ଏପରି ସକାଳେ ସନ୍ଧ୍ୟାରେ ଦୁଇଥର ପିଅନ୍ତୁ। ଡାଇବେଟିସ୍‌ ରୋଗରୁ ମୁକ୍ତି ମିଳିବ।

ଲାଭଦାୟକ ମେଥିପାଣି:

ଡାଇବେଟିସ୍‌ ରୋଗୀଙ୍କ ପାଇଁ ମେଥିପାଣି ବେଶ୍‌ ଉପାଦେୟ। ଏହି ପାଣି ଶରୀରରେ ବ୍ଲଡ୍‌ ସୁଗାର ବା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିଥାଏ। ମେଥିରେ ଗେଲେକ୍ଟୋମ୍ୟାନନ୍‌ ନାମକ ଏକ ଫାଇବର ରହିଛି। ଯାହା ରକ୍ତରେ ସୁଗାର ଅବଶୋଷଣ କମ୍‌ କରିଥାଏ। ମେଥିପାଣି ନିୟମିତ ସେବନ କଲେ ଡାଇବେଟିସ୍‌ ନିୟନ୍ତ୍ରଣରେ ରହିଥାଏ।