ଡାଇବେଟିସ୍‌ ପାଇଁ ଲାଭଦାୟକ ଖରଭୁଜ

ଖରାଦିନେ ମିଳୁଥିବା ଫଳ ହେଲା ଖରଭୁଜ। ଏଥିରେ ପ୍ରଚୁର ପରିମାଣରେ ବିଟା କ୍ୟାରୋଟିନ୍‌, ଭିଟାମିନ୍‌ ସି ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ। ଏହା ସ୍ବାସ୍ଥ୍ୟପାଇଁ ଲାଭଦାୟକ। ହେଲେ ଏହାକୁ ଅଧିକ ପରିମାଣରେ ଖାଇଲେ ଶରୀର ଅସୁସ୍ଥ ହୋଇଥାଏ ବୋଲି କୁହାଯାଏ।
-ଖରଭୁଜ ସହ ଅନ୍ୟ କୌଣସି ଖାଦ୍ୟ ଖାଇବା ଅନୁଚିତ୍‌। ନଚେତ୍‌ ଏହା ଶରୀରରେ ଅସନ୍ତୁଳନ ପ୍ରକ୍ରିୟା ସୃଷ୍ଟି କରିଥାଏ।
-ଏହାକୁ ଖାଇବା ପରେ ପାଣି ପିଇବା ଅନୁଚିତ୍‌ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ଏଥିରେ ପ୍ରଚୁର ପରିମାଣରେ ପାଣି, ଫାଇବର ଓ ସୁଗାର ଥିବାରୁ ଏହାକୁ ଖାଇ ପାଣି ପିଇଲେ ପେଟରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇ ଥାଆନ୍ତି।
-ଏଥିରେ ପାଣି ଓ ଫାଇବରର ପରିମାଣ ଅଧିକ ଥିବାରୁ ଏହାକୁ ଅଧିକ ଖାଇଲେ ଡାଇରିଆ ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
-ଡାଇବେଟିସରେ ପୀଡିତ ବ୍ୟକ୍ତି ଏହାକୁ ପ୍ରତିଦିନ ଖୁବ୍‌ କମ୍‌ ମାତ୍ରାରେ ଖାଇଲେ ଉପକାର ମିଳିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।