Posted inଖେଳ

ଡାଇନାମୋ ମସ୍କୋର ୩ ଖେଳାଳି ପଜିଟିଭ୍‌

ମସ୍କୋ,୨୨ା୬ (ଏ.ପି.): ଡାଇନାମୋ ମସ୍କୋର ୩ ଖେଳାଳି କରୋନା ପଜିଟିଭ ଜଣାପଡ଼ିବା ପରେ ଚଳିତ ରଷିଆନ ଫୁଟ୍‌ବଲ ଲିଗ୍‌ରେ ଆଗକୁ ଖେଳାଯିବାକୁ ଥିବା ଏହାର ଏକ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ଆସିଥିବା ଖେଳାଳି ହେଲେ ଫରଓ୍ବାର୍ଡ କ୍ଲିଣ୍ଟନ ଏନ୍‌’ଜେ ଏବଂ ମିଡ୍‌ଫିଲ୍ଡର ଦ୍ୱୟ ଚାଲର୍‌ସ କାବୋରେ ଏବଂ ସେବାଷ୍ଟିଆନ ସିଜିମାନସ୍କି। ଶନିବାର ଅନ୍ୟ ସମସ୍ତ ଖେଳାଳିଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲ ନେଗେଟିଭ୍‌ ଆସିଥିଲା। ଡାଇନାମୋ ରବିବାର ଏଫ୍‌ସି କ୍ରାସ୍‌ନୋଦର ବିପକ୍ଷରେ ଖେଳିଥାନ୍ତା। କିନ୍ତୁ ମ୍ୟାଚ୍‌କୁ ସ୍ଥଗିତ ରଖିବା ଲାଗି କ୍ରାସ୍‌ନୋଦର ରାଜି ହୋଇ ଯାଇଥିଲା। ଏହି ମ୍ୟାଚ ପାଇଁ ରଷିଆନ ଫୁଟ୍‌ବଲ ଆସୋସିଏଶନ ନୂଆ ତାରିଖ ଜୁଲାଇ ୧୯ ଧାର୍ଯ୍ୟ କରିଛି। କରୋନା ଭାଇରସ୍‌ ଯୋଗୁ ୩ ମାସ ସ୍ଥଗିତ ରହିବାପରେ ଗତ ଶୁକ୍ରବାରଠାରୁ ରଷିଆନ ଲିଗ୍‌ ପୁନର୍ବାର ଆରମ୍ଭ ହୋଇଛି। କରୋନା ଭାଇରସ୍‌ ଦ୍ୱାରା ବାଧାପ୍ରାପ୍ତ ହେବାରେ ଏହା ହେଉଛି ଦ୍ୱିତୀୟ ମ୍ୟାଚ। ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ସୋଚି ୧୦-୧ରେ ଏଫ୍‌ସି ରୋସ୍ତଭକୁ ପରାସ୍ତ କରିଛି। ରୋସ୍ତଭ ଏହି ମ୍ୟାଚରେ ଯୁବ ଖେଳାଳିଙ୍କୁ ଖେଳାଇବାକୁ ବାଧ୍ୟ ହୋଇଥିଲା। ଏପରି କି ଦଳର କେତେଜଣ ଖେଳାଳିଙ୍କ ବୟସ ମାତ୍ର ୧୬ ବର୍ଷ ଥିଲା। ରୋସ୍ତଭର ପ୍ରଥମ ଦଳରେ ଜଣେ କରୋନା ପଜିଟିଭ ଥିବା ଜଣାପଡ଼ିବା ପରେ ସମସ୍ତ ଖେଳାଳି ଏବେ ଆଇସୋଲେଶନରେ ଅଛନ୍ତି। ମ୍ୟାଚକୁ ସ୍ଥଗିତ ରଖିବା ଲାଗି ସୋଚି କୌଣସିମତେ ରାଜି ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri