ଡରାଉଛି ସହରର ଶୂନ୍ୟତା

କଟକ ଅଫିସ,୧୨।୪: ଗହଳଚହଳ ଭିତରେ ଦିନରାତି କଟେ। ସେତେବେଳେ ଚୋର, ତସ୍କରଙ୍କ ଭୟ ରହୁଥିଲା। ସେଥିପାଇଁ ସବୁବେଳେ ସଜାଗ ରହୁଥିଲୁ। ମନରେ ଏତେଟା ଡର ନ ଥିଲା। ଏବେ ଯେଉଁ ଆଡେ ଚାହିଁବ ସିଆଡ଼େ ପୋଲିସ। ମାଳମାଳ ଖାକି ପୋଷାକଙ୍କ ଭିଡ଼ ଯୋଗୁ ଚୋରିର ପ୍ରଶ୍ନ ଉଠୁନି। ହେଲେ ଏବେ ସହରର ଶୂନଶାନ ରାସ୍ତାଘାଟ ବେଶୀ ଡରାଉଛି। ମନକୁ ଏକ ଅଜଣା ଭୟ ମାଡ଼ି ବସୁଛି। ପୁଣି ସବୁକିଛି ଶୀଘ୍ର ସ୍ବାଭାବିକ ହୋଇଯାଉ ଏହା ହିଁ ସବୁବେଳେ ଠାକୁରଙ୍କୁ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ଲିଙ୍କରୋଡ ନିକଟରେ ଥିବା ଏକ ଶୋ’ ରୁମ୍‌ର ସିକ୍ୟୁରିଟି ଗାର୍ଡ ପ୍ରଶାନ୍ତ ବେହେରା। ପେଟ ପୋଷିବା ପାଇଁ ଏହି ସହରକୁ ଆଶ୍ରା କରିଥିବା ପ୍ରଶାନ୍ତଙ୍କୁ କିନ୍ତୁ ସହରର ଶୂନ୍ୟତା ଆଦୌ ଭଲ ଲାଗୁନି ବୋଲି କହିଛନ୍ତି।

ପ୍ରଶାନ୍ତଙ୍କ ଘର ବୈୟାଳିଶମୌଜା ଅନ୍ତର୍ଗତ ବେଣ୍ଟକାର ଗ୍ରାମରେ। କିଛି ବର୍ଷ ହେବ ସେ ଏକ ସିକ୍ୟୁରିଟି ସଂସ୍ଥାରେ କାମ କରି ପରିବାର ପୋଷୁଛନ୍ତି। ଏବେ ଲିଙ୍କରୋଡ -ବାଦାମବାଡ଼ି ମୁଖ୍ୟରାସ୍ତା କଡ଼ରେ ଥିବା ଏକ ଗାଡ଼ି ଶୋ’ ରୁମ୍‌ରେ ସେ ସିକ୍ୟୁରିଟି ଗାର୍ଡ଼ ଭାବେ କାର୍ଯ୍ୟ କରୁଛନ୍ତି। ପରିବାର କହିଲେ, ସ୍ତ୍ରୀ ଆଉ ଦୁଇ ଝିଅ। ସକାଳ ହେଲେ ବେଣ୍ଟକାରରୁ କର୍ତ୍ତବ୍ୟସ୍ଥଳକୁ ଆସନ୍ତି। ଘରୁ ବାହାରିବା ମାତ୍ରେ ଦୁଇ ଝିଅ ସାନିଟାଇଜର ଓ ମାସ୍କ ନେବା ପାଇଁ ବାଧ୍ୟ କରନ୍ତି। କାହା ସହିତ ମିଶିବନି, ଅଜଣା ଲୋକକୁ ଛୁଇଁବନି, ନିମୟିତ ବ୍ୟବଧାନରେ ହାତକୁ ଧୋଇବ ବୋଲି ବୁଝାନ୍ତି। ଫୋନ କରି ମଧ୍ୟ ଏହି କଥା ବାରମ୍ବାର ମନେ ପକାଇ ଦିଅନ୍ତି। ଘର ପାଇଁ ସେ ପର୍ଯ୍ୟପ୍ତ ପରିମାଣର ଖାଦ୍ୟ ସାମଗ୍ରୀ, ମାସ୍କ ଓ ସାନିଟାଇଜର କିଣି ନେଇଛନ୍ତି ବୋଲି ପ୍ରଶାନ୍ତ କହିଥିଲେ। ପ୍ରଶାନ୍ତ କହିଛନ୍ତି, ତାଙ୍କ କାନ୍ଧ ଉପରେ ପରିବାରର ବୋଝ ଲଦି ହୋଇଛି। ସିକ୍ୟୁରିଟି ସଂସ୍ଥା ପକ୍ଷରୁ ମାସିକ ଦରମା ମଧ୍ୟ ଠିକ ସମୟରେ ମିଳୁଛି। ତେଣୁ ଏଭଳି ଭୟାନକ ପରିସ୍ଥିତିରେ ମଧ୍ୟ ସେ ଚାକିରି ଛାଡ଼ି ପାରୁନାହାନ୍ତି। ପ୍ରତିଦିନ ଶହ ଶହ ଲୋକ ଆସନ୍ତି। ପାଖରେ ବସି କଥା ହୁଅନ୍ତି। ହେଲେ ଏବେ ଚୁପଚାପ ବସିବାକୁ ପଡ଼ୁଛି। ଯାହା ଫଳରେ ମାନସିକ ଭାବେ ମଧ୍ୟ ଭାରାକ୍ରାନ୍ତ ଲାଗୁଛି। ପରିସ୍ଥିତି ତୁରନ୍ତ ସୁଧୁରିଯିବା ସେ ଚାହାନ୍ତି ବୋଲି ପ୍ରଶାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ କଲା ନାହିଁ, ନିଜେ ତିଆରି କଲେ ରାସ୍ତା

ଖଡ଼ିଆଳ,୧୭ା୭ (ସୁଜିତ କୁମାର ପ୍ରଧାନ)- ଖଡ଼ିଆଳ ଏନ୍‌ଏସି ୱାର୍ଡ ନଂ.୧୧ ପୁଟୁପଡ଼ା ମୁଖ୍ୟ ରାସ୍ତା ଖାଲଖମାପୂର୍ଣ୍ଣ ରହିଥିଲା। ବର୍ଷା ଦିନରେ ରାସ୍ତା କାଦୁଅ ହେବା ସହ ଖାଲରେ…

ହଠାତ ଲଣ୍ଡନରେ ପହଞ୍ଚିଲେ ରୋହିତଙ୍କ ମା’ବାପା, ଲର୍ଡସ ଦିନିକିଆ ପରେ ସନ୍ନ୍ୟାସ ନିଶ୍ଚିତ!

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ବ୍ୟାଟରଙ୍କ ମଧ୍ୟରୁ ଅନ୍ୟତମ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଇଂଲଣ୍ଡ ବିପକ୍ଷରେ…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ଏକାଧିକ ସ୍ଥାନରେ ଉପୁଡ଼ିଲା ଗଛ, ସମସ୍ୟା ଘେରରେ…

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ସମଗ୍ର ଅଞ୍ଚଳ…

ଏନ୍‌ଇଇଟିରେ କ୍ଷୀରୋଦଙ୍କ ସଫଳତା

କଲମପୁର,୧୭ା୭(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ ବଲାଗାଁର କ୍ଷୀରୋଦ କାଣ୍ଡ ଏନ୍‌ଇଇଟିରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ବଲାଗାଁର ତ୍ରିନାଥ କାଣ୍ଡ…

 ଥୁଆମୂଳ ରାମପୁର ବ୍ଲକରେ ଭବ୍ୟ ରଥଯାତ୍ରା: ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଟାଣିଲେ ରଥ

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ…

ରଥଟଣା ବେଳେ ଅଘଟଣ: ଶଳାକୁ ଖଣ୍ଡାରେ ହାଣିଥିବା ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୧୭।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁରୁବାର ରଥଟଣା ଚାଲିଥିବା ବେଳେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଭିଣୋଇ ଟିଟୁ…

ସବୁକିଛି ହାସଲ କରିବା ପରେ, ସେହି ଗୋଟିଏ କଥା ‘ହିଟମ୍ୟାନ’ଙ୍କୁ ଜୀବନସାରା କନ୍ଦାଇବ! ରୋହିତ ଶର୍ମାଙ୍କୁ ଅବସର ନେବାକୁ…

ନୂଆଦିଲ୍ଲୀ,୧୭।୭: କ୍ରିକେଟ ପ୍ରଶଂସକମାନେ ନିଶ୍ଚିତ ଭାବରେ ଏହା ଜାଣିଥିବେ ଯେ ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆ ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ…

ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରସଙ୍ଗ, ଗୋଟି ଗୋଟି କରି ସବୁ କଥା କହିଦେଲେ ଦଇତାପତି ନିଯୋଗ ସମ୍ପାଦକ, ଜାଣନ୍ତୁ…

ପୁରୀ,୧୭।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ରଥଟଣା ଶେଷ ହୋଇଛି। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ରଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri