Categories: ଜାତୀୟ

ଡରାଉଛି ବାତ୍ୟା ‘ବାୟୁ’: ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

ଗାନ୍ଧୀନଗର, ୧୨।୬: ଧିରେ ଧିରେ ଭୟଙ୍କର ରୂପ ନେଉଛି ବାତ୍ୟା ‘ବାୟୁ’। ଦକ୍ଷିଣ ପୂର୍ବ ଆରବସାଗରରୁ ସୃଷ୍ଟ ଲଘୁଚାପ ଧିରେ ଧିରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଉଛି। ଜୁନ ୧୩ ତାରିଖ ସକାଳେ ଏହା ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଫଳରେ ଗୁଜୁରାଟରେ ହାଇଆଲର୍ଟ ଜାରି କରାଯାଇଛି। ସେଠାରେ ୩ ଲକ୍ଷ ଲୋକଙ୍କ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେହିପରି ମହାରାଷ୍ଟ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ। ଏବେ ଚକ୍ରବତୀ ତୁଫାନ ବାତ୍ୟା ମୁମ୍ବାଇଠାରୁ ୨୮୦କିମି ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି। ଏହି କାରଣର ମହାରାଷ୍ଟ୍ରର ଉତ୍ତର ଭାଗରେ ୫୦ରୁ ୬୦କିମି ପବନ ବହୁଛି ବୋଲି ମୁମ୍ବାଇ ପାଣିପାଗ ବିଭାଗ ଉପମହାନିର୍ଦ୍ଦେଶକ କେଏସ ହୋସଲିକର ସୂଚନାଦେଇଛନ୍ତି। ଏହାସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି।

Share