ଡରାଉଛି କରୋନା: ଚିକେନ୍‌, ମଟନ ବଦଳରେ ପଣସ ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏଥିରୁ ମଧ୍ୟ ବାଦ୍‌ ପଡ଼ିନି ଭାରତ। ଏଠାରେ ପ୍ରାୟ ୭୬ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହି ଭୟରେ ଲୋକେ ଚିକେନ୍‌, ମଟନ ଖାଇବା ଏକପ୍ରକାର ଛାଡ଼ିଦେଲେଣି। ଲୋକେ ଆମିଷ ସ୍ଥାନରେ ପଣସକୁ ଆପଣାଇ ନେଇଛନ୍ତି। ଏପରିକି ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ଚିକେନ୍‌ଠାରୁ ପଣସ ଅଧିକ ଦାମ୍‌ରେ ବିକ୍ରି ହେଉଛି। ସଂକ୍ରମଣରୁ ବର୍ତ୍ତିବା ପାଇଁ ଚିକେନ୍‌, ମଟନଠାରୁ ନିଜକୁ ଦୂରେଇ ରଖୁଛନ୍ତି। ଚିକେନ୍‌ କିଲୋ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପଣସ କିଲୋ ୧୨୦ ଟଙ୍କାରେ ପହଞ୍ଚିଛି। କିଛିଦିନ ତଳେ ପଣସର ସାଧାରଣ ମୂଲ୍ୟ ୫୦ ଟଙ୍କା ଥିଲା। ବିରିୟାନିରେ ଚିକେନ୍‌, ମଟନ ପରିବର୍ତ୍ତେ ପଣସର ବ୍ୟବହାର କରାଯାଉଛି। ପଣସର ସ୍ବାଦ ଆମିଷ ପରି ହୋଇଥିବାରୁ ଆମିଷାଷୀମାନେ ଏହାକୁ ବିକଳ୍ପ ଭାବେ ବାଛିଛନ୍ତି।
ଖାଦ୍ୟ ସୁସ୍ବାଦୁ ହେବା ସହ ଅନେକ ରୋଗରୁ ମଧ୍ୟ ପଣସ ରକ୍ଷା କରିଥାଏ। ଏଥିରେ ଭିଟାମିନ୍‌ ସି, ଭିଟାମିନ୍‌ ଇ ଏବଂ ଭିଟାମିନ୍‌ କେ ପ୍ରଚୁରମାତ୍ରାରେ ରହିଛି। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଶରୀରରେ ରକ୍ତ କମ୍‌ ଥିଲେ ପଣସ ଖାଇଲେ ସବୁଠୁ ଭଲ। ଏଥିରେ କ୍ୟାଲସିୟମ, ମାଗ୍ନେସିୟମ ଅଧିକ ପରିମାଣର ରହିଛି। ଏହାଦ୍ୱାରା ହାଡ଼ ମଜଭୁତ ହୋଇଥାଏ। କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପଣସ ଲାଭଦାୟକ। କାରଣ ଏହା ଫ୍ଲୁ’ଦୂର କରିଥାଏ।

Share