ଡରାଉଛି କରୋନା: ଚିକେନ୍‌, ମଟନ ବଦଳରେ ପଣସ ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏଥିରୁ ମଧ୍ୟ ବାଦ୍‌ ପଡ଼ିନି ଭାରତ। ଏଠାରେ ପ୍ରାୟ ୭୬ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହି ଭୟରେ ଲୋକେ ଚିକେନ୍‌, ମଟନ ଖାଇବା ଏକପ୍ରକାର ଛାଡ଼ିଦେଲେଣି। ଲୋକେ ଆମିଷ ସ୍ଥାନରେ ପଣସକୁ ଆପଣାଇ ନେଇଛନ୍ତି। ଏପରିକି ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ଚିକେନ୍‌ଠାରୁ ପଣସ ଅଧିକ ଦାମ୍‌ରେ ବିକ୍ରି ହେଉଛି। ସଂକ୍ରମଣରୁ ବର୍ତ୍ତିବା ପାଇଁ ଚିକେନ୍‌, ମଟନଠାରୁ ନିଜକୁ ଦୂରେଇ ରଖୁଛନ୍ତି। ଚିକେନ୍‌ କିଲୋ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପଣସ କିଲୋ ୧୨୦ ଟଙ୍କାରେ ପହଞ୍ଚିଛି। କିଛିଦିନ ତଳେ ପଣସର ସାଧାରଣ ମୂଲ୍ୟ ୫୦ ଟଙ୍କା ଥିଲା। ବିରିୟାନିରେ ଚିକେନ୍‌, ମଟନ ପରିବର୍ତ୍ତେ ପଣସର ବ୍ୟବହାର କରାଯାଉଛି। ପଣସର ସ୍ବାଦ ଆମିଷ ପରି ହୋଇଥିବାରୁ ଆମିଷାଷୀମାନେ ଏହାକୁ ବିକଳ୍ପ ଭାବେ ବାଛିଛନ୍ତି।
ଖାଦ୍ୟ ସୁସ୍ବାଦୁ ହେବା ସହ ଅନେକ ରୋଗରୁ ମଧ୍ୟ ପଣସ ରକ୍ଷା କରିଥାଏ। ଏଥିରେ ଭିଟାମିନ୍‌ ସି, ଭିଟାମିନ୍‌ ଇ ଏବଂ ଭିଟାମିନ୍‌ କେ ପ୍ରଚୁରମାତ୍ରାରେ ରହିଛି। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଶରୀରରେ ରକ୍ତ କମ୍‌ ଥିଲେ ପଣସ ଖାଇଲେ ସବୁଠୁ ଭଲ। ଏଥିରେ କ୍ୟାଲସିୟମ, ମାଗ୍ନେସିୟମ ଅଧିକ ପରିମାଣର ରହିଛି। ଏହାଦ୍ୱାରା ହାଡ଼ ମଜଭୁତ ହୋଇଥାଏ। କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପଣସ ଲାଭଦାୟକ। କାରଣ ଏହା ଫ୍ଲୁ’ଦୂର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri