Categories: ଜାତୀୟ

ଡରାଇ ଧମକାଇ ଲାଗୁ ହୋଇ ପାରିବନି ସିଏଏ: ଚନ୍ଦ୍ର ବୋଷ

କୋଲକାତା, ୨୨।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ପଶ୍ଚିମବଙ୍ଗ ଭାଜପା ଉପାଧ୍ୟକ୍ଷ ଚନ୍ଦ୍ର ବୋଷ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ପାର୍ଟି ଲାଇନ୍‌ ବାହାରକୁ ଯାଇ ମନ୍ତବ୍ୟ ଦେଇଛନ୍ତି। ଲୋକଙ୍କୁ ଡରାଇ ଧମକାଇ ସିଏଏ ଲାଗୁ କରାଯାଇ ପାରିବନି ବୋଲି ସେ କହିଛନ୍ତି। ଏଥିପାଇଁ ନେତାଙ୍କୁ ଲୋକଙ୍କ ପାଖକୁ ଯାଇ ବୁଝାଇବାର ଆବଶ୍ୟକତା ଥିବା ସେ କହିଛନ୍ତି। ସିଏଏରେ ପରିବର୍ତ୍ତନ ଅଣାଯାଇ ମୁସଲମାନ ଶରଣାର୍ଥୀଙ୍କୁ ସାମିଲ କରିବା ନେଇ ଚନ୍ଦ୍ର ବୋଷ ଗୁରୁତ୍ୱାରୋପ କରିଛନ୍ତି। ଯଦି ସରକାର ସିଏଏରେ ପରିବର୍ତ୍ତନ ଆଣି ହିନ୍ଦୁ, ମୁସଲମାନ୍‌, ଶିଖ୍‌, ଖ୍ରୀଷ୍ଟିଆନ୍‌, ବୌଦ୍ଧ ଆଦି ସଭିଏଁ ଏହାର ପରିସର ଭୁକ୍ତ ହେବେ ବୋଲି କୁହନ୍ତି ତେବେ ଦେଶବ୍ୟାପି ଜାରି ରହିଥିବା ପ୍ରଦର୍ଶନକୁ ଅତି ସହଜରେ ସମାପ୍ତ କରାଯାଇ ପାରିବ। ଚନ୍ଦ୍ର ବୋଷଙ୍କ ଏଭଳି ମନ୍ତବ୍ୟ ନେଇ ଭାଜପା ସମେତ ବିରୋଧୀଙ୍କ ଚର୍ଚ୍ଚା ଜାରି ରହିଛି।

Share