ଡମ୍ପର ଚାପାରେ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଯାଜପୁର ଅଫିସ,୧୩।୧୦: ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ଅଧୀନ ତଳଗଡ଼ ପଥୁରିଆ ସାହିର ପ୍ରଦୀପ ମଳିକ(୩୫)ଙ୍କ ରବିବାର ଅପରାହ୍ନରେ ତଳଗଡ଼ ସ୍କୁଲ ନିକଟରେ ଡମ୍ପର ଚାପାରେ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ଲୋକେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜାଣିଶୁଣି ଡମ୍ପର ଚପାଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ ସଦଳବଳେ ପହଞ୍ଚି ଗାଡ଼ି ଓ ମୃତଦେହ ଜବତ କରି ତଦନ୍ତ ଚଳାଇଛନ୍ତି।