ଡବ୍ଲ୍ୟୁଏଚ୍‌ଓ ସହିତ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା

ଓ୍ବାଶିଂଟନ,୩୦।୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ସହିତ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ଡବ୍ଲ୍ୟୁଏଚ୍‌ଓ ଚାଇନା ଦ୍ୱାରା ନିୟନ୍ତ୍ରିତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ସହିତ ଚାଇନା ବିରୋଧରେ ଟ୍ରମ୍ପ୍‌ ନୂଆ କଡ଼ା କଟକଣା ମଧ୍ୟ ଜାରି କରିଛନ୍ତି। ଚାଇନା ଗୋଟିଏ ବର୍ଷରେ ଡବ୍ଲ୍ୟୁଏଚ୍‌ଓକୁ ମାତ୍ର ୪ କୋଟି ଡଲାରର ଅନୁଦାନ ଦେଉଥିବାସ୍ଥଳେ ଆମେରିକା ୪୫ କୋଟି ଡଲାରର ଅନୁଦାନ ଦେଇଥାଏ। ତେବେ ମଧ୍ୟ ଡବ୍ଲ୍ୟୁଏଚ୍‌ଓ ଚାଇନା ହାତରେ କଣ୍ଢେଇ ପାଲଟିଯାଇଥିବା ଟ୍ରମ୍ପ୍‌ କହିଛନ୍ତି। ଡବ୍ଲ୍ୟୁଏଚ୍‌ଓରେ ଆମେରିକା ପକ୍ଷରୁ କରାଯାଇଥିବା ଆବେଦନ ଉପରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେଣୁ ବାଧ୍ୟ ହୋଇ ଆମେରିକା ଡବ୍ଲ୍ୟୁଏଚ୍‌ଓ ସହିତ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିବା ଟ୍ରମ୍ପ୍‌ କହିଛନ୍ତି।

Share