ଡବ୍ଲ୍ୟୁଏଚ୍‌ଓର ନେତୃତ୍ୱ ନେବ ଭାରତ

ନୂଆଦିଲ୍ଲୀ,୨୪ା୪: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟାଳୟରେ ଭାରତ ନେତୃତ୍ୱ ଭୂମିକା ନେବ। ସାରା ବିଶ୍ୱ କରୋନା ମହାମାରୀ କବଳିତ ହୋଇଥିବାବେଳେ ଆସନ୍ତା ମାସରେ ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟନିର୍ବାହୀ ବୋର୍ଡରେ ଭାରତୀୟ ପ୍ରତିନିଧି ଅଧ୍ୟକ୍ଷ ନିଯୁକ୍ତ ହେବାକୁ ଯାଉଛନ୍ତି।
କୋଭିଡ୍‌-୧୯ ମହାମାରୀରେ ଏପର୍ଯ୍ୟନ୍ତ ବିଶ୍ୱରେ ୧,୮୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ୨୬ ଲକ୍ଷରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବିଭିନ୍ନ ଦେଶ ଲକ୍‌ଡାଉନ୍‌ରେ ଥିବାବେଳେ ଚଳିତ ବର୍ଷ ବିଶ୍ୱ ଅର୍ଥନୀତିକୁ ଏଥିପାଇଁ ୧ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡିବ ବୋଲି ଆକଳନ କରାଯାଇଛି। ମେ’ ୨୨ରେ ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟନିର୍ବାହୀ ବୋର୍ଡର ପ୍ରଥମ ବୈଠକରେ ଜାପାନ ସ୍ଥାନରେ ଭାରତ ନେତୃତ୍ୱ ନେବାକୁ ଯାଉଥିବା ଜେନେଭା ଓ ଭାରତର କୂଟନୀତିଜ୍ଞଙ୍କ ସୂତ୍ରରୁ ଜଣାପଡିଛି।

Share