ଡବେରୀ ଅଙ୍ଗନାୱାଡି କେନ୍ଦ୍ରରେ ଅବ୍ୟବସ୍ଥା: ୧୧ଟା ପର୍ଯ୍ୟନ୍ତ ବାହାରେ ଠିଆ ହେଲେ ଶିଶୁ

ଦାରିଙ୍ଗବାଡ଼ି,୧।୧(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଡବେରୀଠାରେ ଥିବା ଅଙ୍ଗନାୱାଡ଼ି କେନ୍ଦ୍ରରେ ବହୁ ଅବ୍ୟବସ୍ଥା ଦେଖାଦେଇଛି। ମଙ୍ଗଳବାର ଶିଶୁମାନେ ସକାଳ ୯ଟାରୁ ଆସି କେନ୍ଦ୍ର ସମ୍ମୁଖରେ ବହୁ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ଚାବି ନ ଥିବାରୁ କେନ୍ଦ୍ର ଖୋଲି ନ ଥିଲା। ପରେ ସହାୟିକା ବବିତା ପ୍ରଧାନ ଅଙ୍ଗନାୱାଡ଼ି କେନ୍ଦ୍ରର କର୍ମୀ ସୁନତା ପ୍ରଧାନଙ୍କ ଠାରୁ ଚାବିଆଣି ପ୍ରାୟ ୧୧ଟାବେଳେ କେନ୍ଦ୍ର ଖୋଲିଥିଲେ। ରୋଷେଇ କରି ସାଢ଼େ ୧୨ଟାରେ ଖାଇବାକୁ ଦେଇ ଶିଶୁମାନଙ୍କୁ ଘରକୁ ପଠାଇଥିବା ଅଭିଭାବକ ସ୍ନେହାଶିଷ ସାହୁ କହିଛନ୍ତି। ଘଟଣାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।
ପ୍ରକାଶ ଯେ, ଡବେରୀ କେନ୍ଦ୍ରଟି ୫୯ ନଂ. ଜାତୀୟ ରାଜପଥ କଡ଼ରେ ରହିଛି। କେନ୍ଦ୍ରର କର୍ମୀ ସୁନତା ଉକ୍ତ କେନ୍ଦ୍ର ନିକଟରେ ରହୁଛନ୍ତି। ହେଲେ ବହୁ ସମୟରେ ସେ ଘରକୁ ପଳାଉଥିବା ସିଡିପିଓ ମୀନା ପାତ୍ରଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲା। ସିଡିପିଓ କର୍ମୀଙ୍କୁ ଜବାବ ତଲବ ସହ ଦରମା ବନ୍ଦ କରିଥିଲେ। ତଥାପି କୌଣସି ସୁଧାର ଆସୁ ନ ଥିବା ସିଡିପିଓ ସ୍ବୀକାର କରିଛନ୍ତି। କେନ୍ଦ୍ରରେ ମୋଟ ୧୬ଜଣ ଶିଶୁ ପଢୁଛନ୍ତି। ଅବ୍ୟବସ୍ଥା ଯୋଗୁ ଅନେକ ଅଭିଭାବକ ସେମାନଙ୍କ ଶିଶୁଙ୍କୁ ଛାଡୁ ନାହାନ୍ତି। ମଙ୍ଗଳବାର ୧୧ଟା ସୁଦ୍ଧା ମାତ୍ର ୭ଜଣ ଶିଶୁ ଆସିଥିବା କେନ୍ଦ୍ର ସହାୟିକା ବବିତା କହିଛନ୍ତି। ସେ କହିଛନ୍ତି ଯେ, କୌଣସି ଅଫିସରେ ବୈଠକ ରହିଥିବାରୁ କେନ୍ଦ୍ରର କର୍ମୀ ସେଠାକୁ ଯାଇଛନ୍ତି। ଏନେଇ କେନ୍ଦ୍ରର କର୍ମଚାରୀ ସୁନତାଙ୍କୁ ପଚାରିବାରୁ ସହାୟିକା ଶିଶୁମାନଙ୍କୁ ଘରଘର ବୁଲି ଡାକି ଯିବାରୁ ବିଳମ୍ବ ହୋଇଛି ବୋଲି କହିଥିଲେ। ଠିକ୍‌ ସମୟରେ କେନ୍ଦ୍ର ଖୋଲିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏନେଇ ସିଡିପିଓ ପାତ୍ର ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri