ଡବେରୀ ଅଙ୍ଗନାୱାଡି କେନ୍ଦ୍ରରେ ଅବ୍ୟବସ୍ଥା: ୧୧ଟା ପର୍ଯ୍ୟନ୍ତ ବାହାରେ ଠିଆ ହେଲେ ଶିଶୁ

ଦାରିଙ୍ଗବାଡ଼ି,୧।୧(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଡବେରୀଠାରେ ଥିବା ଅଙ୍ଗନାୱାଡ଼ି କେନ୍ଦ୍ରରେ ବହୁ ଅବ୍ୟବସ୍ଥା ଦେଖାଦେଇଛି। ମଙ୍ଗଳବାର ଶିଶୁମାନେ ସକାଳ ୯ଟାରୁ ଆସି କେନ୍ଦ୍ର ସମ୍ମୁଖରେ ବହୁ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ଚାବି ନ ଥିବାରୁ କେନ୍ଦ୍ର ଖୋଲି ନ ଥିଲା। ପରେ ସହାୟିକା ବବିତା ପ୍ରଧାନ ଅଙ୍ଗନାୱାଡ଼ି କେନ୍ଦ୍ରର କର୍ମୀ ସୁନତା ପ୍ରଧାନଙ୍କ ଠାରୁ ଚାବିଆଣି ପ୍ରାୟ ୧୧ଟାବେଳେ କେନ୍ଦ୍ର ଖୋଲିଥିଲେ। ରୋଷେଇ କରି ସାଢ଼େ ୧୨ଟାରେ ଖାଇବାକୁ ଦେଇ ଶିଶୁମାନଙ୍କୁ ଘରକୁ ପଠାଇଥିବା ଅଭିଭାବକ ସ୍ନେହାଶିଷ ସାହୁ କହିଛନ୍ତି। ଘଟଣାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।
ପ୍ରକାଶ ଯେ, ଡବେରୀ କେନ୍ଦ୍ରଟି ୫୯ ନଂ. ଜାତୀୟ ରାଜପଥ କଡ଼ରେ ରହିଛି। କେନ୍ଦ୍ରର କର୍ମୀ ସୁନତା ଉକ୍ତ କେନ୍ଦ୍ର ନିକଟରେ ରହୁଛନ୍ତି। ହେଲେ ବହୁ ସମୟରେ ସେ ଘରକୁ ପଳାଉଥିବା ସିଡିପିଓ ମୀନା ପାତ୍ରଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲା। ସିଡିପିଓ କର୍ମୀଙ୍କୁ ଜବାବ ତଲବ ସହ ଦରମା ବନ୍ଦ କରିଥିଲେ। ତଥାପି କୌଣସି ସୁଧାର ଆସୁ ନ ଥିବା ସିଡିପିଓ ସ୍ବୀକାର କରିଛନ୍ତି। କେନ୍ଦ୍ରରେ ମୋଟ ୧୬ଜଣ ଶିଶୁ ପଢୁଛନ୍ତି। ଅବ୍ୟବସ୍ଥା ଯୋଗୁ ଅନେକ ଅଭିଭାବକ ସେମାନଙ୍କ ଶିଶୁଙ୍କୁ ଛାଡୁ ନାହାନ୍ତି। ମଙ୍ଗଳବାର ୧୧ଟା ସୁଦ୍ଧା ମାତ୍ର ୭ଜଣ ଶିଶୁ ଆସିଥିବା କେନ୍ଦ୍ର ସହାୟିକା ବବିତା କହିଛନ୍ତି। ସେ କହିଛନ୍ତି ଯେ, କୌଣସି ଅଫିସରେ ବୈଠକ ରହିଥିବାରୁ କେନ୍ଦ୍ରର କର୍ମୀ ସେଠାକୁ ଯାଇଛନ୍ତି। ଏନେଇ କେନ୍ଦ୍ରର କର୍ମଚାରୀ ସୁନତାଙ୍କୁ ପଚାରିବାରୁ ସହାୟିକା ଶିଶୁମାନଙ୍କୁ ଘରଘର ବୁଲି ଡାକି ଯିବାରୁ ବିଳମ୍ବ ହୋଇଛି ବୋଲି କହିଥିଲେ। ଠିକ୍‌ ସମୟରେ କେନ୍ଦ୍ର ଖୋଲିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏନେଇ ସିଡିପିଓ ପାତ୍ର ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri