ଡଙ୍କଲପାଡୁ ବସ୍‌ ଟ୍ରାଜେଡି: ଏସ୍‌ସିବିରେ ନାବାଳିକାଙ୍କ ମୃତ୍ୟୁ, ୧୨ରେ ପହଚିଂଲା  ମୃତ୍ୟୁସଂଖ୍ୟା

ଗୋପାଳପୁର,୨୭ା୪- ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଫେବୃଆରୀ ୯ ତାରିଖରେ ନିର୍ବନ୍ଧ ପାଇଁ ଯାଉଥିବା ବସ୍‌ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୧ଜଣଙ୍କ ମୃତ୍ୟୁ ଘଟିଥିଲା।
ଏଥିରେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଜଣେ ନାବାଳିକାଙ୍କ ସୋମବାର ମୃତ୍ୟୁ ଘଟିଛି। ସେ ହେଲେ ଇନ୍ଦ୍ରାକ୍ଷୀ ଗ୍ରାମର ପି.ଭାରତୀ ରେଡ୍ଡୀ (୧୩)। ଭାରତୀଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୧୨ରେ ପହଞ୍ଚତ୍ଛି। ଭାରତୀ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଫେବୃଆରୀ ୧୭ରେ ବାମ ହାତ କାନ୍ଧ ପର୍ଯ୍ୟନ୍ତ କାଟି ଅସ୍ତ୍ରୋପଚାର କରାଯାଇଥିଲା। ପର୍ଯ୍ୟାୟକ୍ରମେ ତିନି ଥର ଭାରତୀଙ୍କ ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା। ଗତ ୩ ଦିନ ତଳେ ପୁଣି ଭାରତୀଙ୍କ ପ୍ଲାଷ୍ଟିକ ସର୍ଜରୀ ପରେ ଅବସ୍ଥା ଗୁରୁତର ହୋଇପଡିଥିଲେ। ରବିବାର ତାଙ୍କର ମୃତ୍ୟୁ ଘଟିଥିଲା। ସୋମବାର ସନ୍ଧ୍ୟାରେ ଭାରତୀଙ୍କ ପରିବାରକୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସୂଚନାଥାଉକି ଗୋଳନ୍ଥରା ଥାନା ଅନ୍ତର୍ଗତ ଡଙ୍କଲପଡୁ ଗ୍ରାମର ୟୁ.ଅଶୋକ ରେଡ୍ଡୀଙ୍କ ନିର୍ବନ୍ଧ ପାଇଁ ବସରେ ଚିକରଡା ଗ୍ରାମ ଯାଉଥିବା ବେଳେ ଡଙ୍କଲପାଡୁ ରାସ୍ତାରେ ଏହି ଅଘଟଣ ଘଟିଥିଲା।