Posted inରାଜ୍ୟ

ଡକାୟତି, ଲୁଟ୍‌ ଘଟଣାରେ ୭ ଗିରଫ

ଢେଙ୍କାନାଳ ଅଫିସ,୨୩ା୭

ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ୧୯ଟି ଡକାୟତି ଓ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ଢେଙ୍କାନାଳ ଜିଲା ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ୭ଟି ବାଇକ୍‌, ୪ଟି ମୋବାଇଲ, ୩ଟି ଲାପଟପ୍‌ ଓ ୩ଟି ବାୟୋମେଟ୍ରିକ ଡିଭାଇସ୍‌ ସହ ଭୁଜାଲି, ଖଣ୍ଡା ଓ ଲୁହାରଡ ଜବତ କରାଯାଇଛି। ଏ ସମ୍ପର୍କରେ ସୋମବାର ଅପରାହ୍ନ ୫ଟାରେ ଏସ୍‌ପି ଅନୁପମା ଜେମ୍‌ସ ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ବଡବାହାଳି ଗ୍ରାମର କୁନା ପ୍ରଧାନ(୨୩), ପରଜଙ୍ଗ ଥାନା କଲଦା ବାଲିସାହି ଅଞ୍ଚଳର ଅଜୁ ଓରଫ୍‌ ଚତୁର୍ଭୁଜ ନାୟକ, କଣ୍ଟାବଣିଆ ଥାନା ତଳବାହାଳ ଅଞ୍ଚଳର ବାବୁଲ ବେହେରା, ପରଜଙ୍ଗ ଥାନା କୁଟୁରିଆ ଗ୍ରାମର କ୍ଷମାନନ୍ଦ ନାୟକ, ଗଣ୍ଡାତଇଳା ଗ୍ରାମର ବୀରେନ୍ଦ୍ର ନାୟକ ଓ କଲଦା ଗ୍ରାମର ଚିତ୍ରସେନ ନାୟକ ଏବଂ ସଦର ଥାନା ରସାସିଂହ ଗ୍ରାମର ଲିପୁନ ନାୟକ ା
ଏସ୍‌ପିଙ୍କ ସୂଚନା ମୁତାବକ, ୧୯ଟି ମାମଲା ମଧ୍ୟରୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ୯ଟି, ସଦର ଥାନା ଅଞ୍ଚଳରେ ୨ଟି, କଣ୍ଟାବଣିଆ ଓ କାମାକ୍ଷାନଗର ଥାନା ଅଞ୍ଚଳରେ ଗୋଟିଏ ଘଟଣା ରହିଛି ା ସେହିପରି ଅନୁଗୋଳ ଜିଲା ସମଲ ଥାନା, କିଶୋରନଗର ଓ ବିକ୍ରମପୁର ଥାନା ଅଞ୍ଚଳରେ ଗୋଟିଏ ଲେଖାଏ, ହଣ୍ଡପା ଥାନା ଅଞ୍ଚଳରେ ଦୁଇଟି, ବଅଁରପାଳ ଥାନା ଅଞ୍ଚଳରେ ଗୋଟିଏ ଘଟଣାରେ ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ଅଛନ୍ତି। ଗତ ୨/୩ ମାସ ମଧ୍ୟରେ ଏହି ଲୁଟ୍‌ ଘଟଣା ଘଟିଛି। ଅଭିଯୁକ୍ତମାନେ ବିଭିନ୍ନ ମାଇକ୍ରୋ ଫାଇନାନ୍ସ ସଂସ୍ଥା କର୍ମଚାରୀମାନଙ୍କଠାରୁ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଓ ଆକ୍ରମଣ କରି ଟଙ୍କା ଲୁଟ୍‌ କରିଛନ୍ତି ା ଲୁଟ୍‌ ଟଙ୍କାକୁ ସେମାନେ ପରସ୍ପର ମଧ୍ୟରେ ବାଣ୍ଟି ନେଇଥିବା ଏସ୍‌ପି ସୂଚନା ଦେଇଥିଲେ। ପରଜଙ୍ଗ ଥାନା ଅଞ୍ଚଳରେ ବାଇକରେ ଯାଉଥିବା ଜଣେ ଡାକ୍ତରଙ୍କୁ ମାଇକ୍ରୋ ଫାଇନାନ୍ସ କର୍ମଚାରୀ ଭାବି ମଧ୍ୟ ଅଭିଯୁକ୍ତମାନେ ଲୁଟ୍‌ କରିଥିଲେ ା ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ଓ କାମାକ୍ଷାନଗର ଥାନା ଏସ୍‌ଡିପିଓ ସୁପ୍ରସନ୍ନ ମଲିକଙ୍କ ନେତୃତ୍ୱରେ ସଦର ଥାନା ଅଧିକାରୀ ସନ୍ଧ୍ୟାରାଣୀ ବେଉରିଆ, ପରଜଙ୍ଗ ଥାନା ଅଧିକାରୀ ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଝାରଗାଡିଆ ଫାଣ୍ଡି ଏସ୍‌ଆଇ ବିଜନ କୁମାର ସେଠି ଓ ଦଦରାଘାଟି ଫାଣ୍ଡି ଏସ୍‌ଆଇ ସମରଜିତ୍‌ ନାୟକ, ଜିଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ ବୋଲି ଏସ୍‌ପି ସମ୍ମିଳନୀରେ ସୂଚନା ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri