ଠେଙ୍ଗାରେ ପିଟି ପତ୍ନୀଙ୍କୁ ହତ୍ୟା: ସ୍ବାମୀ ଗିରଫ

ବାରିପଦା ଅଫିସ,୨୫।୫- ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ମାଧପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଏକ ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାରିପଦା ସଦର ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜ ସଦଳ ବଳେ ଘଟଣା ସ୍ଥଳକୁ ଯାଇ ଘଯଣାର ତଦନ୍ତ କରି ଅଭିଯୁକ୍ତ ସ୍ବାମୀ ଖେଲା ସୋରେନଙ୍କୁ ଗିରଫ କରିଛନ୍ତି। ପୋଲିସ ସେଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି।
ପୋଲିସ ସୁଚନ ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମର ଖେଲା ସୋରେନ ଓ ତାଙ୍କ ସ୍ତ୍ରୀ ରାଣୀ ସୋରେନଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ଖେଲା ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ରାଣୀଙ୍କୁ ନିର୍ଘାତ ପଟିଥିଲେ। ଫଳରେ ରାଣୀ ଗୁରୁତର ହୋଇ ପଡି ରହିଥଲେ। କିଛି ସମୟ ପରେ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା। ଏହି ଖବର ପାଇବା ପରେ ରାଣୀଙ୍କ ଭାଇ ନାରାନ ହେମ୍ବ୍ରମ ଘଟଣା ସ୍ଥଳକୁ ଆସି ପୋଲିସକୁ ଖବର ଦେଇଥିଲେ। ନାରାନଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୪୯/୧୯) ରୁଜୁ କରି ଗିରଫ ଖେଲାଙ୍କୁ ପଚରା ଉଚୁରା ଜାରି ରଖିଥିବା ଥାନା ଅଧିକାରୀ ସ୍ବର୍ଣ୍ଣଲତା କହିଛନ୍ତି।