Categories: ଖେଳ

ଠିକଣା ସମୟରେ ନିଷ୍ପତ୍ତି ନିଆଯିବ: ଆଇସିସି

ମେଲବୋର୍ନ, ୧୮ା୪ (ପି.ଟି.)- କୋଭିଡ୍‌-୧୯ ଯୋଗୁ ଟି୨୦ ବିଶ୍ୱକପ୍‌ ନିର୍ଦ୍ଧାରିତ ସମୟରେ ହେବ ନା ଆସନ୍ତାବର୍ଷକୁ ଘୁଞ୍ଚତ୍ବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କହୁଛି ଏ ସମ୍ପର୍କରେ ଠକିଣା ସମୟରେ ନିଷ୍ପତ୍ତି ନିଆଯିବ। ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ହେବ। ସମଗ୍ର ବିଶ୍ୱରେ ସ୍ବାସ୍ଥ୍ୟ ସଂକଟ ଦେଖା ଦେଇଥିବାରୁ ବର୍ତ୍ତମାନ ପରିସ୍ଥିତିରେ ସମସ୍ତ କ୍ରୀଡ଼ା ଇଭେଣ୍ଟଗୁଡ଼ିକୁ ବାତିଲ ଅବା ସ୍ଥଗିତ ରଖାଯାଇଛି। ତେଣୁ ଟୁର୍ନାମେଣ୍ଟର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ମାରାତ୍ମକ କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ଏହାର ସୀମାକୁ ସିଲ୍‌ କରିଦେଇଛି। ଫଳରେ ଯାତାୟତରେ କଟକଣା ରହିଛି। ତେଣୁ ଟି୨୦ ବିଶ୍ୱକପ୍‌କୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇପାରେ କିମ୍ବା ରୁଦ୍ଧଦ୍ୱାରରେ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

Share