ଆସିକା,୨୩।୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ପାକଲା ପଲି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍। ଫଳରେ ପିକଅପ ଭ୍ୟାନ୍ର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ଆହତ ହେଲେ ବରଗଡ଼ ଅଞ୍ଚଳର ଅଭିଷେକ ଦାସ । ତାଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଥାଉକି ପରିବା ବୋଝେଇ ଗାଡିଟି ବରଗଡ଼ ପଦ୍ମପୁର ଅଞ୍ଚଳରୁ ହିଞ୍ଜିଳି ଯାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଘନ କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ଜଣାପଡିଛି।


